jayashree

ଧାରଣାରେ ବସିଛନ୍ତି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୀର୍ଘଦିନର ନ୍ୟାର୍ଯ୍ୟ ଦାବି ନେଇ “ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ”ର ଆହ୍ୱାନ କ୍ରମେ ଗତ ୨୩ ତାରିଖ ଠାରୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଏହି କ୍ରମରେ ଲୋଇସିଂହା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ୩୭୫ଟି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ତଥା ସହାୟିକା କାର୍ଯ୍ୟ ବନ୍ଦ କରି ସ୍ଥାନୀୟ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସଂଘର ସଭାନେତ୍ରୀ ଯାଜ୍ଞସେନୀ କୁମ୍ଭାରଙ୍କ ନେତୃତ୍ୱରେ ସୁଭାଷିନୀ ବାଗ, ବିନୋଦିନୀ ସାହୁ, ଚଞ୍ଚଳା ମହାଲିଙ୍ଗ, ସୁଷମା କୁମ୍ଭାର, ମୀନାକୁମାରୀ ବେହେରାଙ୍କ ସମେତ ବିଭିନ୍ନ ସେକ୍ଟରରୁ ପର୍ଯ୍ୟାୟ କ୍ରମେ କର୍ମୀ ତଥା ସହାୟିକାମାନେ ଧାରଣାରେ ବସିଛନ୍ତି । ଅଙ୍ଗନୱାଡ଼ି କର୍ମୀ ତଥା ସହାୟିକା ମାନଙ୍କୁ ନିୟମିତ ସରକାରୀ କର୍ମଚାରୀ ମାନ୍ୟତା, ଅବସରକାଳୀନ ସହାୟତା, ପଦୋନ୍ନତି କ୍ଷେତ୍ରରେ ବୟସ କଟକଣାକୁ ଉଚ୍ଛେଦ କରିବା, କାର୍ଯ୍ୟରତ କର୍ମୀ ଅଥବା ସହାୟିକାଙ୍କ ମୃତ୍ୟୁ ହେଲେ ପରିବାରର ଜଣକୁ ନିଯୁକ୍ତି ଦିଆଯିବା ପ୍ରମୁଖ ୭ ଦଫା ଦାବି ରହିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ତଥା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ବ୍ଲକ ସଭାନେତ୍ରୀ ଯାଜ୍ଞସେନୀ କୁମ୍ଭାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.