jayashree

ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ମେହେରଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସର୍ବପ୍ରଥମେ ଭାରତରତ୍ନ ଡା. ବାବାସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଏବଂ ଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ମେହେର ସମ୍ବିଧାନର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷକ ଗିରିଶ କୁମାର ତ୍ରିପାଠୀ, ଶ୍ରୀମତୀ ପ୍ରଜ୍ଞା ପରମିତା ମିଶ୍ର, ମମିତା ଭୋଇ ଶ୍ରୀମତୀ ପ୍ରଗତି ପୁରୋହିତ, ସ୍ନେହଲତା ପ୍ରଧାନ ଭାରତରତ୍ନ ଡା. ବି ଆର ଆମ୍ବେଦକରଙ୍କର ଭାରତ ପ୍ରତି ଅବଦାନ ତଥା ଜୀବନୀ ଉପରେ ବହୁତ ସୁନ୍ଦର ଭାବେ ଉପସ୍ଥାପନା କରିଥିବା ବେଳେ ବରିଷ୍ଠ ଖେଳ ଶିକ୍ଷୟିତ୍ରୀ ସନ୍ଧ୍ୟା ଖେତୀ ଶପଥ ପାଠ କରାଇଥିଲେ । ସର୍ବ ଶେଷରେ ଚିତ୍ରସେନ କଲତା ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟମିଶ୍ର ପ୍ରାଣବନ୍ଧୁ ସୁରୁଗୁଜିଆ, ସତ୍ୟ ପ୍ରଧାନ, ଅଶୋକ ଗଡ଼ତିଆ ଓ ଶିକ୍ଷକ ଶ୍ରୀ ପରିଛା ସହଯୋଗ କରିଥିଲେ ।

Leave A Reply

Your email address will not be published.