jayashree

ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ଚମ୍ପିୟାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୁଲ୍ୟରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ”ର ଫାଇନାଲ ମ୍ୟାଚ ଲୋଇସିଂହା ଏଥଲେଟିକ ଏସୋସିଏସନ୍ ଓ ସମ୍ବଲପୁର ଆଶିଷ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋଇସିଂହାକୁ ୩-୧ ଗୋଲରେ ହରାଇ ସମ୍ବଲପୁର ଏକାଦଶ ଚମ୍ପିୟାନ ହୋଇଛି । ମ୍ୟାଚ୍ କମିଶନର ସୁଦୟ ବାରିକଙ୍କ ତତ୍ୱାବଧାନରେ କରୁଣାକର ପଧାନ, ସୁଧାଂଶୁ ସେଟ୍, ଦେବାଶିଷ ବାଗ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ବିଜୟ ରଣା, ଅଞ୍ଜନ ବେଶ୍ରା, ରୋଶନ ମେହେର ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ଦଳର ମହାଦେବ ଓରାମ “ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ” ଓ ଦିଲୁ ଓରାମ ‘ପ୍ଲେୟାର ଅଫ ଦି ମ୍ୟାଚ” ବିବେଚିତ ହୋଇଥିଲେ । ଉଦଯାପନୀ ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଷ୍ଟାଡିୟମ୍ ପ୍ରତିଷ୍ଠାତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଯୋଗ ଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ନଗଦ ଅର୍ଥରାଶି ସମେତ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ କ୍ରୀଡାବିତ୍ ତଥା ଭଲିବଲ୍ କୋଚ୍ ରାଜକିଶୋର ବେହେରା, ଅଶୋକ ଭିତିରିଆ ଯୋଗ ଦେଇଥିବା ବେଳେ ଟ୍ରଷ୍ଟବୋର୍ଡ ସମ୍ପାଦିକା ସ୍ମିତା ମିଶ୍ର, ବିଭୂତି ଭୂଷଣ ସାହାଣୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଆୟୋଜିତ ଲକି ଡ୍ରର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସରୋଜ ବିଶ୍ଵାଳ, ଶିବ ଅଗ୍ରୱାଲ, ଦେବବ୍ରତ ବିଶ୍ଵାଳ, ଆନନ୍ଦ ପଟେଲ, ଚତୁର ଦଲେଇ, ଭାଗବତିଆ ଭୋଇ, ରଞ୍ଜନ ବେହେରା, ଟିକୁ ପାଣ୍ଡିଆ, ପ୍ରକାଶ ମହାରଣା, ସିଲୁ ସେବକ, ମନୋଜ ମାହାଣା, ବୁଲୁ ବହିଦାର, ନଜୁ ଖାନ, ବୁଦ୍ଧିଆ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଟ୍ରଷ୍ଟବୋର୍ଡ କାର୍ଯ୍ୟକାରୀ ସଭାପତି ଦିଲୀପ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.