jayashree

କୋଶଳ ପ୍ରବାହର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ ପ୍ରବାହର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସହରର ବିଭିନ୍ନ ବିଦ୍ୟାଳୟରୁ ମୋଟ ୮୦ ଜଣ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ। ବରିଷ୍ଠ ବର୍ଗରେ ୬୦ ଜଣ ଏବଂ କନିଷ୍ଠ ବର୍ଗରେ ୨୦ ଜଣ ଚିତ୍ରଶିଳ୍ପୀ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ସ୍ୱଚ୍ଛ ଭାରତ’। ରଙ୍ଗ ଓ ତୂଳୀର ସ୍ପର୍ଶରେ ପିଲାମାନେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାର ବାର୍ତ୍ତାକୁ ନିଜ ଚିତ୍ରକଳାରେ ଜୀବନ୍ତ ରୂପ ଦେଇଥିଲେ। କୁନି କୁନି ଚିତ୍ରଶିଳ୍ପୀଙ୍କ ଏହି ସୃଜନଶୀଳତା ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏଭଳି ଆୟୋଜନ ମାଧ୍ୟମରେ ଶିଶୁ ପ୍ରତିଭାର ବିକାଶ ସହ ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ଦେବାକୁ ପ୍ରୟାସ କରିଛି କୋଶଳ ପ୍ରବାହ।

Leave A Reply

Your email address will not be published.