jayashree

ପାଇକମାଲ କୁବେର ସାଇର ବାର୍ଷିକ ଉତ୍ସବ ସହ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କୁବେର ସାଇର ବାର୍ଷିକ ଉତ୍ସବ ସହ ବୋଇତ ବନ୍ଧାଣ ଉତ୍ସବ ନୃସିଂହନାଥ କୁବେର ଭବନ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ପାଇକମାଲ ସାଇର ସଭାପତି ସୁରଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଓଡିଶା ଛତିଶଗଡ଼ କୁବେର ସମାଜ ମହାସଭା ସଭାପତି ଲକ୍ଷ୍ମଣ ସାହୁ, ସମ୍ମାନିତ ଅତିଥି ଭାବେ ପଶ୍ଚିମାଞ୍ଚଳ ଓଡିଶା ଛତିଶଗଡ଼ କୁବେର ସମାଜ ମହାସଭା ଯୁବାମଞ୍ଚ ସଭାପତି ଲିଙ୍ଗରାଜ ସାହୁ, ପଶ୍ଚିମାଞ୍ଚଳ ଓଡିଶା ଛତିଶଗଡ଼ କୁବେର ସମାଜ ମହାସଭା ମାତୃମଞ୍ଚ ସମ୍ପାଦିକା ରଶ୍ମିତା ସାହୁ, ପାଇକମାଲ ସାଇ ପୂର୍ବତନ ସଭାପତି ପ୍ରଫୁଲ୍ଲ ସାହୁ ଯୋଗ ଦେଇଥିଲେ । ସାଇ ସମ୍ପାଦକ ସୁଶାନ୍ତ ସାହୁ ସଭା ପରିଚଳନା କରିଥିଲେ । ପାଇକମାଲ ମାତୃମଞ୍ଚ ସଭାନେତ୍ରୀ ବଉଳ ସାହୁ ଓ ସମ୍ପାଦିକା ଲକ୍ଷ୍ମୀ ସାହୁ, ପିଙ୍କି ସାହୁ, ସଞ୍ଜୁଲତା ସାହୁ ଭାଗବତ ପଠନ କରି ସଭା ଆରମ୍ଭ କରାଯାଇଥିଲା । ସମ୍ପାଦକ ସୁଶାନ୍ତ ସାହୁ ବାର୍ଷିକ ବିବରଣୀ ସହ ଗତବର୍ଷର ଆୟବ୍ୟୟର ହିସାବ ପଠନ କରିଥିଲେ । ଆସନ୍ତା ଡିସେମ୍ବର ମାସ ୨୦ ତାରିଖରେ ବରଗଡ ନିକଟ ତାଲପାଲି ଠାରେ ହେବାକୁ ଥିବା ମହାସଭାରେ ପାଇକମାଲ ସାଇର ସଦସ୍ୟ ସଦସ୍ୟା ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଆଲୋଚନା କରାଯାଇଥିଲା । ପ୍ରଭାତରେ ସାଇର ସମସ୍ତ ସଦସ୍ୟ ସଦସ୍ୟାମାନେ ଭଜନ କୀତ୍‌ର୍ତ୍ତନ କରି ନୃସିଂହନାଥ ଝରଣାରେ ବୋଇତ ବନ୍ଦାଣ କରିଥିଲେ । ଚଳିତ ବର୍ଷ ନୂତନ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଭାବେ ପ୍ରଫୁଲ ସାହୁ, ଉପ ସଭାପତି ପ୍ରଫୁଲ୍ଲ ସାହୁ (ଶିକ୍ଷକ), ସମ୍ପାଦକ ଦୀପକ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସାଇର ସଦସ୍ୟା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇଥିଲେ । ରାତ୍ରରୁ ନୃସିଂହନାଥର ପବିତ୍ର ପାପନାଶିନୀ ଝରଣାରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଡ଼ଙ୍ଗା ଭସାଇଛନ୍ତି ।

Leave A Reply

Your email address will not be published.