jayashree

ଆଦିବାସୀଙ୍କ ଜନନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ସ୍ମାରକୀ ପାଇଁ ଦାବୀ ଉଠିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ଆନୁକୁଲ୍ୟରେ ପ୍ରଜା ଆନ୍ଦୋଳନର ପୁରୋଧା ତଥା ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ବଲାଙ୍ଗିରରେ ସ୍ୱାଧିନତା ଆନ୍ଦୋଳନର ପଦଧ୍ୱନୀ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର, ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ, ମୁଖ୍ୟବକ୍ତା ଭାବରେ ଶିବ ପ୍ରସାଦ ନନ୍ଦ ଆଲୋଚକ ଭାବରେ ଯୋଗଦେଇ ମଂଚାସୀନ ହୋଇଥିଲେ । ଶ୍ରୀ ମିଶ୍ର କହିଲେ ଯେ, ସ୍ୱାଧିନତା ସଂଗ୍ରାମୀ ଶ୍ରୀ କୁମୁରା ପ୍ରଜା ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିଲେ ଯାହାକି ବଲାଙ୍ଗିର ଇତିହାସରେ ଲିପିବଦ୍ଧ ହୋଇ ରହିଛି । ୧୯୩୮ ସେପ୍ଟେମ୍ବର/ଅକ୍ଟୋବର ମାସର ପ୍ରଜାମେଳି, ଆଜି ମଧ୍ୟ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ସ୍ୱର ଉତ୍ତୋଳନ ପାଇଁ ଆହ୍ୱନ ଦେଇଥିଲେ । ସେ ସମୟରେ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏକତ୍ରିତ କରି ଆଦିବାସୀ ଚାଷୀ ପ୍ରଜାଙ୍କ ସ୍ୱର ଉତ୍ତୋଳନ କରିଥିଲେ ଲୋକଙ୍କୁ ସାମାଜିକ ନ୍ୟାୟ ଦେବା ନିମନ୍ତେ । ପୂର୍ବତନ ସାଂସଦ ନିରଞ୍ଜନ ବିଶି ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ପ୍ରଥମ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ୮୮୬୮୯ରୁ ଅଧିକ ଭୋଟ ପାଇଥିଲେ ଏବଂ ଆଦିବାସୀଙ୍କୁ ଏକ ନୂତନ ସାହସ ଦେଇଥିଲେ । ଆଜିର ଦିନରେ ତାଙ୍କ ଭଳିଆ ମହାନ ଜନନେତାଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ । ଓଡିଶା ସରକାର ବଲାଙ୍ଗିରର ସ୍ୱାଧିନତା ଆନ୍ଦୋଳନର ଜନନେତାଙ୍କୁ ଉଚିତ ସମ୍ମାନ ଦେବା ଏବଂ ସ୍ୱାଧିନତା ସଂଗ୍ରାମୀ ସ୍ମାରକୀ ପୀଠ ଘୋଷଣା କରିବା ନିମନ୍ତେ ଉପସ୍ଥିତ ଆଲୋଚକମାନେ ଏବଂ ବୁଦ୍ଧିଜୀବୀ ରତନ ମହାରଣା, ବାସୁଦେବ ରଥ, ଜୟରାମ ମିଶ୍ର, ମନୋରଞ୍ଜନ ସାହୁ, ଶ୍ରୀକର ମିଶ୍ର, ଗୋପାଳଜୀ ପାଣିଗ୍ରାହୀ, ଅଖିଳ ହୋତା, ଦିନେଶ ଶର୍ମା, ଲୋଟସ ଷଡ଼ଙ୍ଗୀ, ପ୍ରତାପ ରଥ, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ଗୋପାଭୂଷଣ ନାଥ, କୃଷ୍ଣ ଚନ୍ଦ୍ର ମିଶ୍ର, ଶତ୍ରୁଘ୍ନ ସିଂ, ବିଧୁଭୂଷଣ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବ୍ୟାସଦେବ ନନ୍ଦ, ଜୟନାରାୟଣ ଆଚାର୍ଯ୍ୟ, ଭାଗିରଥୀ ମିଶ୍ର, କବିରାଜ ଭୋଇ, ଦିଲୀପ ଦାସ, ମନୋରଞ୍ଜନ ମିଶ୍ର, ଜ୍ଞାନରଞ୍ଜନ ପଟ୍ଟନାୟକ, ଅରୁଣ ମିଶ୍ର, ଦୁର୍ବାଦଳ ମହାକୁର, ଇ. ଲଳୀନ୍ଦ୍ର ବେହେରା, ବୀରେନ୍ଦ୍ର ଝାଙ୍କର, ବିଶ୍ୱଜିତ୍ ନାଥ, ସଞ୍ଜୀବ ସାହୁ, ସାମସନ୍ ମିଶାଲ ସନାତନ ମହାକୁଡ, ଜଗନ୍ନାଥ ମିଶ୍ର, ରାଜୁ ଦୀପ, ପ୍ରଦ୍ୟୁମ୍ନ ମହାକୁର ମତ ପ୍ରକାଶ କରିଥିଲେ । ସଭାପତି ଲୋକନାଥ କୁମୁରା, ଉପ-ସଭାପତି ଅଶ୍ୱିନୀ କୁମାର ନାଏକ, ସଂପାଦକ ଶରତ ନନ୍ଦ, ସହ-ସଂପାଦକ ଅକ୍ଷୟ କୁମାର ଘିବେଲା, କୋଷାଧ୍ୟକ୍ଷ ଜୟକୃଷ୍ଣ ମିଶ୍ର ପ୍ରମୁଖ ଆୟୋଜନ କମିଟିର ସଦସ୍ୟ ଆୟୋଜନ କରିଥିଲେ । ସ୍ମୃତିରେ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ, ନାଗରିକ କମିଟି, ସିଭିଲ ସୋସାଇଟି, ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ଓକିଲ ସଂଘ, ଅବସରପ୍ରାପ୍ତ ସୈନିକ ସଂଘ, ଜିଲ୍ଲା କ୍ରୀଡା ସଂଘ, ବଲାଙ୍ଗିର ଦିନ ଆୟୋଜନ କମିଟି, ସଂଜୋତ କଳାକେନ୍ଦ୍ର, ଫ୍ରେଣ୍ଡର୍ସ କ୍ଲବ, ବିଙ୍ଗ ହ୍ୟୁମେନ ଫାଇଣ୍ଡେସନ, ମାହେଶ୍ୱରୀ ଅନୁଷ୍ଠାନ, ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ, ରୋଟାରୀ ଇଲାଇଟ, ଗାନ୍ଧୀ ପାଠାଗାର, ଭୂମିକା ପରିବାର, ରଚନାକୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.