jayashree

ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ

  • ଆହ୍ଲାବାଦରୁ ଧନୁଯାତ୍ରା ମହୋତ୍ସବରେ ଯୋଗଦେବାକୁ ଆସିଥିଲେ, ଉତ୍ସବରେ ଖେଳିଗଲା ଶୋକର ଛାୟା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଆୟୋଜିତ ଧନୁଯାତ୍ରା ମହୋତ୍ସବ ସମୟରେ ଏକ ଦୁଃଖଦ ଅଘଟଣ ଘଟିଛି । ହାତୀ ଆକ୍ରମଣରେ ଜଣେ ମାହୁନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ କଳ୍ପନା ଦୁବେ ବୋଲି ଜଣାପଡ଼ିଛି । ସେ ବନାରସ-ଆହ୍ଲାବାଦ ଅଞ୍ଚଳରୁ ଧନୁଯାତ୍ରା ମହୋତ୍ସବରେ ଯୋଗଦେବା ପାଇଁ ଆସିଥିଲେ । ସୂଚନା ଅନୁସାରେ, ମହୋତ୍ସବରେ ସାମିଲ ହୋଇଥିବା ହାତୀଟି ହଠାତ୍ ନିଜ ମାହୁନ୍ତଙ୍କୁ ଆକ୍ରମଣ କରିଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଅଭାବନୀୟ ଘଟଣା ପରେ ଧନୁଯାତ୍ରା ମହୋତ୍ସବର ଉତ୍ସବମୁଖର ପରିବେଶ ଶୋକାକୁଳ ହୋଇପଡ଼ିଛି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ମହୋତ୍ସବ ଆୟୋଜକ ଓ ଉପସ୍ଥିତ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.