
- ମାତୃ-ପିତୃ ତୁଲ୍ୟ କାର୍ତ୍ତିକବ୍ରତଧାରୀଙ୍କ ସେବା କରି ମୁଁ ନିଜକୁ ଧନ୍ୟ ମନେ କରୁଛି – ବିଧାୟକ ଦୁର୍ଗା ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଚାଲୁଥିବା ବେଳେ ପ୍ରାୟ ୪୨ଜଣ ମା-ମାଉସୀମାନେ ଗତ ପ୍ରାୟ ୨୫ ଦିନ ହେବ ସେକ୍ଟର ୩ ଅହୀରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଦିନରାତି ୨୪ଘଣ୍ଟା ପୂର୍ଣ୍ଣ ସମୟ ରହି ଦିନରେ ଥରେ ପ୍ରସାଦ ସେବନ କରି ଭାଗବାନଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା କରୁଛନ୍ତି । ବ୍ରତଧାରୀ ମା-ମାଉସୀଙ୍କ ପାଖକୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଗତ ୨୫ଦିନ ମଧ୍ୟରେ ନିୟମିତ ବ୍ୟବଧାନରେ ଯାଇ ସେମାନଙ୍କର ସୁବିଧା ଓ ଅସୁବିଧା ସମ୍ବନ୍ଧରେ ପଚାରି ବୁଝୁଛନ୍ତି । ଏହି କ୍ରମରେ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଯଦି ସମ୍ଭବ ସେମାନଙ୍କ ପାଇଁ କିଛି ସାଲ(ଶୀତବସ୍ତ୍ର)ବ୍ୟବସ୍ଥା କରିଦେବା ପାଇଁ ବ୍ରତଧାରୀମାନେ ବିଧାୟକଙ୍କୁ କହିଥିଲେ । ଫଳରେ ଆଜି ବିଧାୟକ ଶ୍ରୀ ତନ୍ତୀ ହବିଷ୍ୟାଳି ମାନଙ୍କ ନିକଟରେ ପହଞ୍ଚି ସମସ୍ତ ମା-ମାଉସୀ ବ୍ରତଧାରୀଙ୍କୁ ନିଜ ହାତରେ ସାଲ (ଶୀତବସ୍ତ୍ର) ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ କି ବ୍ରତ ଆରମ୍ଭ ସମୟରେ ବ୍ରତଧାରୀଙ୍କ ଅନୁରୋଧ କ୍ରମେ ପରିସରରେ ସମୁଦାୟ ୬ଟି ଅସ୍ଥାୟୀ ଶୌଚାଳୟ ମଧ୍ୟ ନିର୍ମାଣ କରାଇଛନ୍ତି । ଆଜି ବ୍ରତଧାରୀ ମା-ମାଉସୀଙ୍କୁ ସାଲ ପ୍ରଦାନ କରିବା ଅବସରରେ ବୋଧେହୁଏ କେଉଁ ଜନ୍ମରେ ପୁଣ୍ୟ କରିଥିଲି ଯାହା ଫଳରେ ଆଜି ମାତୃ-ପିତୃ ତୁଲ୍ୟ ଆପଣ ମାନଙ୍କ ସେବା କରିବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହି ବିଧାୟକ ଦୁର୍ଗା ହବିଷ୍ୟାଳି ମା-ମାଉସୀଙ୍କ ପାଦସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।