jayashree

ସୁରଥ ବେହେରାଙ୍କୁ ଆକ୍ରମଣ ଘଟଣା, ନିଖିଳ ଉତ୍କଳ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜ ତରଫରୁ ସିନ୍ଧେକେଲା ଥାନା ଘେରାଉ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଭୂର୍ଷାଗୁଡ଼ା ଗ୍ରାମପଞ୍ଚାୟତ ନିକଟରେ ସୂଚନା ଅଧିକାର କର୍ମୀ ସୁରଥ ବେହେରାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣର ଗୋଟିଏ ସପ୍ତାହ ପୁରି ଯାଇଥିଲେ ହେଁ ପୋଲିସର ହାତ ଖାଲି । ଏହାକୁ ନିନ୍ଦା କରିବା ସହ ନିଖିଳ ଉତ୍କଳ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ସିନ୍ଧେକେଲା ଥାନା ଘେରାଉ କରାଯାଇଥିଲା । ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିରାଟ ପଟୁଆରରେ ବାହାରି ଥାନା ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଦେଇ ପହଞ୍ଚିଥିଲେ ଏବଂ ଦୁଇ ଦିନ ମଧ୍ୟରେ ଦୁର୍ବୃତ୍ତ ମାନଙ୍କୁ ଯଦି ପୋଲିସ ଧରିବାରେ ସଫଳ ନ ହୁଏ ତେବେ ସମଗ୍ର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସିନ୍ଧେକେଲା ଥାନାରେ ତାଲା ପକାଇ ଦିଆଯିବ ଏବଂ ଏଥିପାଇଁ ଖୋଦ୍ ପୋଲିସ ପ୍ରଶାସନ ହିଁ ଦାୟୀ ରହିବେ ବୋଲି କହିଥିଲେ । ପରେ ସିନ୍ଧେକେଲା ଆଇଆଇସିଙ୍କ ଜରିଆରେ ଓଡ଼ିଶାର ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ଯଥା ଗରିବ ସେନା କଣ୍ଟାବାଞ୍ଜି, ଦ୍ୱାରସେନୀ କୋଶଲ ସେନା, ସିନ୍ଧେକେଲା ବଣିକ ସଂଘଙ୍କ ସହ ଅନ୍ୟ ଅନୁଷ୍ଠାନ ମାନେ ସମର୍ଥନ ଦେଇଥିଲେ । ନିଖିଳ ଉତ୍କଳ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜର ଦଶମୁ ବେହେରା, ତରଣୀସେନ୍ ବେହେରା, ହରିହର ବେହେରା, ଖିତିରାମ୍ ବେହେରା, ପୁଲସ୍ତି ବେହେରା, ନିତ୍ୟାନନ୍ଦ ପୃଷେଠ, ସୁଶାନ୍ତ ବେହେରା, ତିରୁପତି ବେହେରା, ଲୋକେଶ୍ୱର ବେହେରା, ଲମ୍ବୋଦର ବେହେରା, ମିନାକ୍ଷୀ ବେହେରା, ଟଙ୍କେଶ୍ୱରୀ ବେହେରା, ଲଳିତା ବେହେରା, ଜୟନ୍ତୀ ବେହେରା, ସୁବାସ ବେହେରା, ଅଭିନବ ବେହେରା, ରାଜେନ୍ଦ୍ର ବେହେରା, ଧନୀରାମ ବେହେରା, ଶରତଚନ୍ଦ୍ର ବେହେରା, ଗଜାନନ ବେହେରା, ଦିନେଶ ତାଣ୍ଡି, ଯୁବରାଜ ବାଗ, ସୁବାସ ଜୈନ, ଅଜିତ୍ ଯୋଶୀ, ଭକ୍ତବନ୍ଧୁ ବେହେରା, ପାର୍ଥମ୍ ବେହେରା, ଉମାକାନ୍ତ ବେହେରା, ଗୋପାଳ ବେହେରା, ଓଁକାର ବେହେରା, ଜୟପ୍ରକାଶ ବେହେରା, ଶ୍ୟାମସୁନ୍ଦର ବେହେରା, କୁଷଧ୍ୱଜ ବେହେରା, ଜିତେନ୍ଦ୍ର ବେହେରା, ତ୍ରିଲୋଚନ ବେହେରା, ଧର୍ମପାଲ ବେହେରା, ଲିଲୁମୋହନ ବେହେରା, ଦେବରାଜ ବେହେରା, ରୋହିତ ବେହେରା, ଧନଞ୍ଜୟ ବେହେରା, ବାପି ବେହେରା, ପ୍ରଭୁଲାଲ ବେହେରା, ଲୋକନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.