
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଡାହିମାଲ ଠାରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆଧାରିତ ଏକ ଦିବସୀୟ ଶିକ୍ଷକ ତାଲିମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ପରେ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁରର ଅପ୍ଥାଲମିକ ଆସିଷ୍ଟାଣ୍ଡ ବବଲୁ ସେଠୀ ତାଲିମ ପ୍ରଦାନ କରିଥିଲେ । ସିଆର୍ସିସି ପ୍ରହ୍ଲାଦ ଦଣ୍ଡସେନା ସଭା ସଞ୍ଚାଳନ କରିଥିଲେ । ସିଆର୍ସିସି ଜଗମୋହନ ତ୍ରିପାଠୀ, କାର୍ତ୍ତିକ ହରପାଲ, ଅଶୋକ କୁମାର ସାମଲ ପ୍ରମୁଖ ତାଲିମରେ ସହଯୋଗ କରିଥିଲେ । ବିଆର୍ଟି ଜୁଲ୍ ଫିକର୍ ଖାନ୍ ପ୍ରଶସ୍ଥ ଆପ୍ ଉପରେ ଆଲୋକପାତ କରିଥିଲେ ।