ଆସ‌ନ୍ତା ୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଆସ‌ନ୍ତା ୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା । ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ଏହି ବନ୍ଦ ଡାକରା ଦେଇଛି ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିବ ଓଡ଼ିଶା ବ୍ୟବସାୟୀ ମହାସଂଘ । ଫଳରେ ଆସନ୍ତା ଶୁକ୍ରବାର ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ଗୁ଼ଡ଼ିକ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା । ଏହି ଧର୍ମଘଟରେ ଓଡ଼ିଶାର ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ସମେତ ଦେଶର ୮ କୋଟି ବ୍ୟବସାୟୀ ସାମିଲ ହେବେ ।

Leave A Reply

Your email address will not be published.