jayashree

ରାଉରକେଲା ରେଫରୀଙ୍କ କୃତିତ୍ୱ, ଅନ୍ତର୍ଜାତୀୟ CAVA ଭଲିବଲ୍ ଲିଗ୍ ପାଇଁ ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ରାଉରକେଲାର ଜଣେ ପୋଲିସ କର୍ମଚାରୀ । ଓଡ଼ିଶା ରାଜ୍ୟ ଭଲିବଲ ସଂଘ ଆନୁକୂଲ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଏକମାତ୍ର ବୈଷୟିକ ଅଧିକାରୀ (Volleyball Technical Official) ଭାବରେ ରାଉରକେଲା ଜିଲ୍ଲା ପୋଲିସରେ କାର୍ଯ୍ୟରତ ଜ୍ଞାନରଞ୍ଜନ ପ୍ରହରାଜ ଅନ୍ତର୍ଜାତୀୟ ମଞ୍ଚରେ ଦାୟିତ୍ୱ ତୁଳାଇବେ । ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଠାରେ ନଭେମ୍ବର ୧୫, ୨୦୨୬ରୁ ୨୨ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ‘CAVA ପୁରୁଷ ଭଲିବଲ୍ ଲିଗ୍’ (CAVA – CENTRAL ASIAN VOLLEYBALL ASSOCIATION) ପାଇଁ ସେ ମନୋନୀତ ହୋଇଛନ୍ତି । ପ୍ରହରାଜଙ୍କ ଏହି କୃତିତ୍ୱ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖେଳକୁଦ ସଂଘର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ, ସଦସ୍ୟ ପ୍ରଶାନ୍ତ ପଟେଲ, ପ୍ରସାଦ ନାୟକ, ଦୁର୍ଗା ମାଧବ ନାୟକ ଏବଂ ଅନ୍ୟ ସମସ୍ତ ସଦସ୍ୟ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.