
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିଯୋଗିତାରେ ନିଜର ଅସାଧାରଣ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ବ୍ରହ୍ମପୁରର ଗୌରବ ବଢ଼ାଇଛନ୍ତି ସୁଶ୍ରୀ ସିଦ୍ଧିକୃଷ୍ଣା ମଲ୍ଲ । ବ୍ରହ୍ମପୁର ସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟର ଇଣ୍ଡୋର ଷ୍ଟାଡିୟମ୍ରେ ଟାଇକୋଣ୍ଡୋ ଏକାଡେମୀ, (ବ୍ରହ୍ମପୁର) ପକ୍ଷରୁ ଆୟୋଜିତ ଏହି ଜାତୀୟ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ସିନିୟର ବିଭାଗରେ ସିଦ୍ଧିକୃଷ୍ଣା ନିଜର ଚମତ୍କାର ପ୍ରଦର୍ଶନ ବଳରେ ମୋଟ ୩ଟି ପଦକ ହାସଲ କରି ନିଆରା ରେକଗ୍ନାଇକ୍ଟ ପୁମ୍ସେ ସେ ଏବଂ କରିଛନ୍ତି । ସେ ଇଣ୍ଡିଭିଜୁଆଲ୍ କିକିଂରେ ଦୁଇଟି ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ସ୍ପିଡ୍ କିକି କ୍ୟୁରୋଗି ବିଭାଗରେ ପଦକ ହାସଲ କରିଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଏହି ସଫଳତାର ଶ୍ରେୟ ସେ ନିଜ ପରିବାରବର୍ଗ ଏବଂ ପ୍ରଶିକ୍ଷକ ରୋଶନ ସାର୍ଙ୍କୁ ସାଧୁବାଦ ଜଣାଇଛନ୍ତି । ସିଦ୍ଧିକୃଷ୍ଣାଙ୍କ ଏହି ସଫଳତା ଅନ୍ୟ ଯୁବ-କ୍ରୀଡ଼ାବିତ୍ମାନଙ୍କ ପାଇଁ ନିଶ୍ଚିତ ଭାବେ ଅନେକ ଉତ୍ସାହ ଓ ପ୍ରେରଣା ଯୋଗାଇବ ବୋଲି କୁହାଯାଇଛି ।