jayashree

ଲୋଇସିଂହା କପ ଫୁଟବଲ : ଫୁଲବାଣୀକୁ ହରାଇ ଫାଇନାଲରେ ଲୋଇସିଂହା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥ୍‌ଲେଟିକ୍‌ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୧୯ ତମ ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ”ର ପୁଲ ‘ଏ’ ର ସେମିଫାଇନାଲ ମ୍ୟାଚ ଲୋଇସିଂହା ଏଥ୍‌ଲେଟିକ୍‌ ଏସୋସିଏସନ ଓ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋଇସିଂହା ଏଥ୍‌ଲେଟିକ୍‌ ଏସୋସିଏସନ ୧-୦ ଗୋଲରେ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ଲୋଇସିଂହା ଦଳର ମୁକେଶ ନାଏକଙ୍କୁ “ମ୍ୟାନ ଅଫ ଦି ମ୍ୟାଚ୍” ପୁରସ୍କାର ମୁଖ୍ୟ ଅତିଥି ପ୍ରଦାନ କରଥିଲେ । ମ୍ୟାଚ କମିଶନର ସୁଦୟ ବାରିକଙ୍କ ତତ୍ୱାବଧାନରେ କରୁଣାକର ପଧାନ, ସୁଧାଂଶୁ ସେଠ୍, ସଂଦୀପ ତରିଆ, ଗୋପାଳ ପଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଳା କ୍ରୀଡାଧିକାରୀ ମହେନ୍ଦ୍ର ସାହୁ ଓ ସମ୍ମାନିତ ଅତିଥି ଭାବେ ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଳ, ପୂର୍ବତନ ଫୁଟବଲ ଖେଳାଳି ପ୍ରତାପ ବହିଦାର ଯୋଗ ଦେଇଥିବା ବେଳେ ଟ୍ରଷ୍ଟବୋର୍ଡ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ବେହେରା, ବିଶ୍ୱନାଥ ଭୂୟାଁ, ବିଭୁତି ଭୂଷଣ ସାହାଣୀ, ଉତ୍ତର କୁମାର ହେର୍ଣ୍ଣା ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ପ୍ରତିଯୋଗିତାର ପୁଲ ‘ବି’ ର ପ୍ରଥମ କ୍ୱାର୍ଟର ଫାଇନାଲ ଖେଳ ଭିଲାଇ ଫୁଟବଲ କ୍ଲବ ଓ ସମ୍ବଲପୁର ତିହୁରା ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶିବ ଅଗ୍ରୱାଲ ସୂଚନା ଦେଇଛନ୍ତି । ଚତୁର ଦଳେଇ, ଆନନ୍ଦ ପଟେଲ, ରଞ୍ଜନ ବେହେରା, ଦେବବ୍ରତ ବିଶ୍ଵାଳ, ମୋହିତ ମିଶ୍ର, ପ୍ରଦୀପ ବଗର୍ତ୍ତି, ଭାଗବତିଆ ଭୋଇ, ଅମରେନ୍ଦ୍ର ବେହେରା, ସୁଧାଂଶୁ ଶେଖର ପାଣ୍ଡିଆ, ସରୋଜ ପଟେଲ, ସରୋଜ ବିଶ୍ୱାଳ, ରଞ୍ଜନ ବେହେରା, ଶେଖ ନଜୁରୁଲ୍ଲା ଖାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.