jayashree

ରୟାଲ ଏକାଡେମୀର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

  • ଋତୁରାଜ, ଭୈରବ ଓ ଏମ୍‌ଡି ଇବ୍ରାହିମ ଚମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକସ୍ଥିତ ରୟାଲ ଏକାଡେମୀ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ସ୍ଥାନୀୟ ଟାଉନ ବିଦ୍ୟାଳୟ ଖେଳ ପଡ଼ିଆରେ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ନିରୁପମା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । କ୍ରୀଡ଼ା ଉତ୍ସବରେ ସିନିୟର ବିଭାଗରେ ଋତୁରାଜ ପଶାୟତ, ଜୁନିୟର ବିଭାଗରେ ଭୈରବ ମହାନନ୍ଦ ଏବଂ ସବ୍‌-ଜୁନିୟର ବିଭାଗରେ ଏମ୍‌ଡି ଇବ୍ରାହିମ ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ । ଦୌଡ଼ ପ୍ରତିଯୋଗିତାରେ ଗୋବିନ୍ଦ ମହାନ୍ତି ପ୍ରଥମ, ନିରଖୋ ରଣା ଦ୍ୱିତୀୟ ଏବଂ ପୂର୍ଣ୍ଣଚନ୍ଦ୍ର ସୁନା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଭିଭାବକମାନଙ୍କ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ନମିତା ପୁଟେଲ ପ୍ରଥମ, ଉର୍ମି ସୁନା ଦ୍ୱିତୀୟ ଏବଂ ରୁକସାର ବରବିନ ତୃତୀୟ ସ୍ଥାନ ହାସଲ କରିଥିଲେ । ଉକ୍ତ କ୍ରୀଡ଼ା ଉତ୍ସବରେ ରୟାଲ ଏକାଡେମୀ ଟ୍ରଷ୍ଟର ସଭ୍ୟ ପ୍ରକାଶ କୁମାର ନେପାକ ମୁଖ୍ୟ ଅତିଥି ଏବଂ ଟ୍ରଷ୍ଟ ସଭ୍ୟ ଅଜିତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସଂଜିତା ଦାସ, ଶିକ୍ଷୟିତ୍ରୀ ସସ୍ମିତା ମହାକୁର, ମୋନିକା ପାଢ଼ୀ, ହେମଲତା ସାହୁ, ସ୍ୱାଗତିକା ପାତ୍ର ଏବଂ ଶିକ୍ଷକ ଦେବାନନ୍ଦ ସାହୁ ଓ ପ୍ରୀତିଶ ନାଗଙ୍କ ସହଯୋଗରେ କ୍ରୀଡ଼ା ଉତ୍ସବ ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଏହି ଆୟୋଜନରେ ବିଦ୍ୟାଳୟର ଛାତ୍ର ମନୀଷ ନନ୍ଦ, ଆରୟବ ଧରୁଆ, କ୍ରିତିକା ଖମାରୀ, ଆଶୀର୍ବାଦ ପୁଟେଲ, ଆହ୍ୱାନ ଦ୍ୱିବେଦୀ ଏବଂ ଏମ୍‌ଡି ଅଫନ ବିଶେଷ ସହଯୋଗ କରିଥିଲେ । ଏହି କ୍ରୀଡ଼ା ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ସହଯୋଗର ଭାବନାକୁ ଆହୁରି ମଜବୁତ କରିଥିଲା ।

Leave A Reply

Your email address will not be published.