
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପ-ସଭାପତି ବିଶ୍ୱନାଥ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାସଚିବ ଅଖିଳ ଓଡିଶା ବ୍ରାହ୍ମଣ ମହାସଭା ଡାଲମିଆଁ ଧର୍ମଶାଳା ଭୁବନେଶ୍ୱର ଶ୍ରଦ୍ଧା ଷଡଙ୍ଗୀ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଇଂରାଜୀ ବିଭାଗ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପ୍ରଫେସର ମଧୁସୁଦନ ପତି, ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପ୍ରଫେସର ସତ୍ୟବନ୍ତ ବେଦବାକ, ଗିରିଧାରୀ ଶତପଥି, ଗୋପବନ୍ଧୁ ପୁରୋହିତ ଏବଂ ସମ୍ପାଦକ ଶ୍ୟାମ ସୁନ୍ଦର ଦାଶ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥି ବର୍ଗ ଭଗବାନ ପର୍ଶୁରାମଙ୍କ ସମକ୍ଷରେ ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ ଏବଂ ଗିରିଧାରୀ ଶତପଥିଙ୍କ ମନ୍ତ୍ରୋଚ୍ଛାରଣ ମାଧ୍ୟମରେ ପ୍ରଦୀପ ପ୍ରଜ୍ୱଳ ପୂର୍ବକ ସମାରୋହ ଉଦ୍ଘାଟିତ ହୋଇଥିଲା । ପରେ ୯୦ ବର୍ଷରୁ ଅଧିକ ବ୍ରାହ୍ମଣ ଦେବତାମାନଙ୍କୁ ସମ୍ବର୍ଦ୍ଧିତ କରାଗଲା । ଗତ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ରୋଗରେ ପ୍ରାଣ ହରାଇ ଥିବା ଅଗଣିତ ଜନସାଧାରଣଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଗଲା । ସଂପାଦକଙ୍କ ଦ୍ୱାରା ସଂପାଦକୀୟ ବିବରଣୀ ପାଠ ପରେ ଅତିଥିଗଣ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସେମାନଙ୍କ ବକ୍ତବ୍ୟରେ ବର୍ତ୍ତମାନ ବ୍ରାହ୍ମଣମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଏବଂ ଶୋଚନୀୟ ଅବସ୍ଥା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଶେଷରେ ପ୍ରିୟବ୍ରତ ମିଶ୍ରଙ୍କ ଦ୍ୱାରା ଅନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା । ସଭା ପରିଚାଳନାରେ ପଂଚାନନ ବେଦବାକ, କବିରାଜ ହୋତା, ଜୟବିହାରୀ ବେଦବାକ, ରାଜ କିଶୋର ଦାଶ, ମଧୁ ମଙ୍ଗଳ ନନ୍ଦ, ପୁରୁଷୋତ୍ତମ ପଣ୍ଡା, ସୁବାଷ ତ୍ରିପାଠି, ଜଗନ୍ନାଥ ଷଡଙ୍ଗି, ଲଳିତା ବେଦବାକ, ସୁନିତା ଷଡଙ୍ଗୀ ଏବଂ ସଂଯୁକ୍ତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।