
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଶୁମାନେ ହିଁ ଆମ ଦେଶର ଶ୍ରେଷ୍ଠ ଭବିଷ୍ୟତ । ପ୍ରତି ବର୍ଗର ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇ ସେମାନଙ୍କ ସାମଗ୍ରୀକ ବିକାଶରେ ପ୍ରାରମ୍ଭରୁ ପ୍ରତ୍ୟେକଙ୍କର ଚେଷ୍ଟା ଅବ୍ୟାହତ ରହିଲେ ଆମ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ଓ ତଦନୁଯାୟୀ କୋମଳମତି ଶିଶୁମାନଙ୍କୁ ଆଦ୍ୟ ଜୀବନରୁ ସତ୍ ମାର୍ଗରେ ଗଢିତୋଳିବାକୁ ଶିଶୁ ଦିବସ ପାଳନ ଅବସରରେ ଡେଲାଙ୍ଗ ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଆୟୋଜିତ ଶିଶୁ ଉତ୍ସବରେ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଦୃଢ଼ ଭାବେ ମତପୋଷଣ କରିଛନ୍ତି । ସଭା ପ୍ରାରମ୍ଭରେ ଅତିଥି ମାନେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହାରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବରିଷ୍ଠ ଶିଶୁ ସାହିତ୍ୟିକ ଡଃ. ହେମନ୍ତ କୁମାର ଛୋଟରାୟ ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତଥା ସୁସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ଯୋଗଦେଇ ମହାପୁରୁଷ ଓ ଦେଶ ସେବକଙ୍କ ଜୀବନୀ ସହ ମହାଭାରତର ନୈତିକ କଥାବସ୍ତୁ ଆଧାରରେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନ ଧାରା, ନିଷ୍ଠା ଏକାଗ୍ରତା ବଜାୟ ରଖିବାକୁ ସୁପରାମର୍ଶ ଦେଇ ପ୍ରତି ଶିଶୁ ମୁହଁରେ ହସ ଫୁଟାଇବା ପାଇଁ ସମସ୍ତେ ଯତ୍ନଶୀଳ ହେବା ବାଞ୍ଛନୀୟ ବୋଲି ତାଙ୍କର ଦୀକ୍ଷାନ୍ତ ଅଭିଭାଷଣରେ ପରିପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ପ୍ରେମୀ ଯୁବ ସରପଞ୍ଚ ଦୀପକ୍ କୁମାର ସାହୁ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳିତ ଆଚରଣ ଓ ବିନମ୍ର ଜୀବନ ଚର୍ଯ୍ୟା ଉପରେ ଗୁରୁତ୍ୱାରୋପ କରି ଦେଶର ଭବିଷ୍ୟତ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ତଥା ଜିଲ୍ଲା ଉତ୍କଳ ସମ୍ମିଳନୀର ଉପସଭାପତି ସମାଜ ସେବୀ ଅନାମ ମଲ୍ଲିକ, ଡେଲାଙ୍ଗର ସହ ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀ, ସୁବକ୍ତା ଅବସରପ୍ରାପ୍ତ କୃତ୍ତି ଶିକ୍ଷକ ସନ୍ତୋଷ କୁମାର ମହାନ୍ତି, ବଳଙ୍ଗା ସତ୍ୟ ଚେତନା ଅନୁଷ୍ଠାନର ପ୍ରମୁଖ କର୍ଣ୍ଣଧାର ସମାଜ ସେବୀ ପ୍ରଭାତ ଚନ୍ଦ୍ର ମିଶ୍ର, ଗବେଷକ ଲକ୍ଷ୍ମୀ ନାରାୟଣ ପାଠୀ, କମିଟି ଅଧ୍ୟକ୍ଷ ଜିତେନ୍ଦ୍ର ନାଥ ସେଠୀ, ବ୍ୟଙ୍ଗ କବି ଶ୍ରୀମାନ ଗବା ପ୍ରମୁଖ ଏଥିରେ ଯୋଗଦେଇ ସେମାନଙ୍କ ମଧୁର ଅଭିଭାଷଣରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶୈକ୍ଷିକ ଜୀବନର ବିଚକ୍ଷଣ ବୁଦ୍ଧି, ମହାପୁରୁଷ ମାନଙ୍କ ମହନୀୟ ମତ, ଗାଳ୍ପିକ ବିଷୟବସ୍ତୁରେ ନୈତିକ ଚରିତ୍ରର ଊଦାହରଣର ଅବତରଣ ମାଧ୍ୟମରେ ଶିଶୁମାନଙ୍କୁ ସତ ମାର୍ଗୀ, ଶୃଙ୍ଖଳିତ ଓ ଏକାଗ୍ର କରି ଗଢି ତୋଳିବାର ତରିକା, ପ୍ରତିଟି ଶିଶୁ ପ୍ରତି ସମସ୍ତଙ୍କର ସୁଦୃଷ୍ଟି ଓ ସ୍ନେହଶୀଳ ସ୍ୱଭାବ, ଶିଶୁ ଶ୍ରମିକ ମୁକ୍ତ ସୁସ୍ଥ ସମାଜ ଗଠନ, ଶିଶୁ ମୁହଁରେ ହସ ଫୁଟାଇବା ଉପରେ ଗଭୀର ଆଲୋକପାତ ପୂର୍ବକ ସମାଜରେ ଭଲ ମଣିଷ ହେବା ପାଇଁ ସୁପରାମର୍ଶ ଦେଇ କୋମଳ କଳିକାମାନଙ୍କୁ ଆଶୀର୍ବାଦ ଦେଇ କାର୍ଯ୍ୟକ୍ରମର ଭୃୟସୀ ପ୍ରଶଂସା କରିଥିଲେ । ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ନେହେରୁ ବେଶଧାରୀ ଛାତ୍ର ଶ୍ରୀୟାସୁ ସାହୁ, ଆତ୍ମଜିତ ବେହେରା, ଆୟୁଷ୍ମାନ ବିଶ୍ବାଳ, ଆଦ୍ୟା ଅଭିପସା, ସଙ୍ଗୀତା ପରିଡା ଅନ୍ନପୂର୍ଣ୍ଣା ମଲ୍ଲିକ ପ୍ରଜ୍ଞା ମଲ୍ଲିକ, ଅନୀଷା ବେହେରାଙ୍କ ସହ ଅନ୍ୟମାନଙ୍କୁ ପୁରସ୍କୃତ କରି ଆୟୋଜିତ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ । ଛାତ୍ରୀମାନେ ନୃତ୍ୟ ପରିବେଷଣ କରି ଅତିଥମାନଙ୍କୁ ଆତିଥେୟତା ପ୍ରଦାନ କରିଥିଲେ । ପରିଚାଳନା କମିଟିର ସଭ୍ୟସଭ୍ୟା ଅଭିଭାବକ ଗୀତାରାଣୀ ନାୟକ, ଶକ୍ତିମୟୀ ପରିଡ଼ା, ଗୀତାଞ୍ଜଳି ପରିଡ଼ା, ଭାରତୀ ବେହେରା, ହର ନାରାୟଣ ରାଜଗୁରୁ, ସୁଶୀଲ ବିଶ୍ୱାଳ, ଅଙ୍ଗନବାଡ଼ି କର୍ମୀ ସ୍ଵପ୍ନାରାଣୀ ସିଂ, ଆଶାକର୍ମୀ ସାବି ବେହେରା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଟିକେଇ ଦଳାଇ, ମାନସ ରଂଜନ ସ୍ୱାଇଁ, ଅଜୟ ପ୍ରଧାନ, ପାପ୍ଲିନ୍ ପ୍ରଧାନ, ସତ୍ୟଭାମା ବେହେରା, ରୋଜାଲିନ ମହାରଣା, ପ୍ରତିମା ପତି କାର୍ଯ୍ୟକ୍ରମର ଉପସ୍ଥିତ ରହି ସହଯୋଗ କରି ଉତ୍ସାହିତ କରିଥିଲେ । ବିଦ୍ୟାଳୟ ତରଫରୁ ସବୁ ପିଲାମାନଙ୍କୁ ଚନ୍ଦନ ଲଗିଆ ଯାଇ ମିଷ୍ଟକ ଦିଆଯାଇଥିଲା ।