jayashree

ବଙ୍ଗୋମୁଣ୍ଡା କ୍ରିଷ୍ଣା ଲର୍ଣ୍ଣିଂ ସ୍କୁଲରେ ଜ୍ଞାନ ମେଳା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଶିଶୁ ଦିବସର ପବିତ୍ର ଅବସରରେ କ୍ରିଷ୍ଣା ଲର୍ଣ୍ଣିଂ ସ୍କୁଲ । ବଙ୍ଗୋମୁଣ୍ଡା ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ, ସୃଜନଶୀଳତା, ଜିଜ୍ଞାସା ଓ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉତ୍ସାହ ଓ ଆନନ୍ଦର ସହ ଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଜ୍ଞାନ ମେଳାରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଷୟ ସମ୍ବନ୍ଧୀୟ ଜ୍ଞାନବର୍ଦ୍ଧକ କାର୍ଯ୍ୟକଳାପ, ବିଭିନ୍ନ ମଡେଲ୍, ପ୍ରଦର୍ଶନୀ ଓ ସୃଜନଶୀଳ କାର୍ଯ୍ୟ ମାଧ୍ୟମରେ ନିଜ ନିଜ ପ୍ରତିଭାର ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ, ଆତ୍ମବିଶ୍ୱାସ, ବୈଜ୍ଞାନିକ ଚିନ୍ତାଧାରା ଓ ଉପସ୍ଥାପନା କୌଶଳର ବିକାଶ କରିବା ନେଇ ଆୟୋଜନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପା ସିନ୍ଦୁରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଧରମପାଲ ଜୈନ, ସମ୍ମାନୀୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଯେଉଁଠି ଜିଜ୍ଞାସା ଅଛି, ସେଠି ଜ୍ଞାନ ଅଛି, ଆଉ ଯେଉଁଠି ଜ୍ଞାନ ଅଛି, ସେଠି ଉଜ୍ଜ୍ୱଳ ଭବିଷ୍ୟତ ଅଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ରାଜେଶ ଜୈନ ପରିଚାଳନା କରିଥିଲେ । ଏହି ମେଳାରେ ବିଚାରକ ଭାବେ ଅଶୁର୍ଲା କ୍ଲଷ୍ଟରର ସିଆରସିସି ହରପ୍ରସାଦ ମାଝୀ, ଶିକ୍ଷକ ସିଦ୍ଧେଶ୍ଵର ବାରିକ ଦାୟିତ୍ୱ ନେଇଥିଲେ । ଏଥିରେ ଉମାଶଙ୍କର ପାଣିଗ୍ରାହୀ, ସୁସ୍ମିତା ପ୍ରଧାନୀ, ଅଭିଲିପ୍ସା ମେହେର, ଚୁମକି ବିନ୍ଧାଣୀ, ସୀମା ସାହୁ, ଗୋପିକା ରଣା, ନଳିନୀ ପାଣିଗ୍ରାହୀ, ପ୍ରତିମା ବାଗ, ଜମୁନା ସେଠୀ, ଜିତେନ୍ଦ୍ର ବେହେରା, ତୁଷାର ଭୋଇ ଓ ଦୋଳେଶ୍ୱରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.