
ବଲାଙ୍ଗିର, (କେପିଏନ୍ଏସ୍) : ଶିବତଲାକୁ ନୂତନ ବ୍ଲକ୍ ମାନ୍ୟତା ପ୍ରଦାନ ଦାବି ଜୋର୍ ଧରିଛି । ଦୀର୍ଘଦିନ ଧରି ଏହି ଦାବି ଉଠାଇ ଆସୁଛନ୍ତି ଶିବତଲା ଅଞ୍ଚଳବାସୀ । ଶିବତଲା ଗ୍ରାମରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଏଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ରହିଛି । ଏହା ସହ ଆଖପାଖର ୧୭ଟି ଗ୍ରାମ ପଞ୍ଚାୟତର ଲୋକେ ମଧ୍ୟ ଶିବତଲା ଉପରେ ନିର୍ଭର କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସୁଥିବାରୁ ତାଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିବେ ଶିବତଲା ଗ୍ରାମବାସୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପସ୍ଥିତ ଗ୍ରାମବାସୀ ।