jayashree

ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ କଲେଜରେ ଆନ୍ତଃ ଉଚ୍ଚ ମାଧ୍ୟମିକ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍‌ ଅନ୍ତର୍ଗତ ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ କଲେଜ ପରିସରରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ବାଳକ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପରମେଶ୍ୱର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ପଦ୍ମପୁର ଏଡିଏମ୍‌ ସରୋଜିନୀ ପ୍ରସନ୍ନ କୁଲ୍ଲୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋକୁଳାନନ୍ଦ ଦଣ୍ଡସେନା, ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆ, ଅଧ୍ୟାପକ ତେଜରାଜ ସାହୁ ଓ ସିଆର୍‌ସିସି ଉଗ୍ରସେନ ପ୍ରଧାନ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଛାତ୍ରମାନେ ଅଂଶଗ୍ରହଣ କରିଛନ୍ତି । ଖେଳ ପରିଚାଳନା ଦାୟିତ୍ୱରେ କ୍ରୀଡ଼ା ଅଧ୍ୟାପକ ବୈବସୂତ ପ୍ରଧାନ, ହେମସାଗର ସାହୁ, ଅଜିତ ପ୍ରଧାନ, ସରୋଜ ପ୍ରଧାନ ଓ ଅନୀଲ ଦାସ ପ୍ରମୁଖ ରହିଥିଲେ । ହରି ଭରାସାଗର ଓ ଯଦୁମଣି ମାଝୀ ସ୍କୋରର ଦାୟିତ୍ୱ ତୁଳାଇଥିବା ବେଳେ ଅଧ୍ୟାପକ ରିପନ ସାହୁ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.