jayashree

ଚିତ୍ରଗୁପ୍ତ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍‌ ଅନ୍ତର୍ଗତ ଜାମସେଠ ଗ୍ରାମରେ ଶ୍ରୀଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପୂଜା ମହୋତ୍ସବ ଆୟୋଜନ ନିମନ୍ତେ କରଣ ସମାଜ ନୃସିଂହନାଥ ଜୋନ୍‌ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜୋନ୍‌ ସଭାପତି ବିଶିକେଶନ ରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆସନ୍ତା ନଭେମ୍ବର ୧୧ ତାରିଖରେ ଜାମସେଠ ଗ୍ରାମର ଅଙ୍ଗ ନଦୀ କୂଳସ୍ଥିତ ଆମ୍ବତୋଟାରେ ପାରମ୍ପରିକ ରୀତିନୀତିରେ ପୂଜା ମହୋତ୍ସବ ଆୟୋଜନ କରିବାକୁ ସ୍ଥିର ହୋଇଛି । ବୈଠକରେ ଉପସଭାପତି ପ୍ରମୋଦ ରାୟ ଆଗାମୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିବା ବେଳେ ସମ୍ପାଦକ ତପନ ବହିଦାର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ଏଥିରେ ନୃସିଂହନାଥ ଜୋନ୍‌ର କରଣ ସମାଜର ସଦସ୍ୟମାନେ ଯୋଗ ଦେଇଥିଲେ । ଶେଷରେ ସଭାପତି ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.