jayashree

ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲିଗୁଡ଼ା ପ୍ରଶାସନ ସଜାଗ : ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା କରାଯାଇଛି । ସମ୍ଭାବ୍ୟ ଭୂସ୍ଖଳନ ଓ ରାସ୍ତା ଅବରୋଧ ଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଜେସିବି ମେସିନ୍ ସହ ଅଗ୍ନିଶମ ଟିମ୍‌କୁ ସଜାଗ ରଖାଯାଇଛି । ଯେକୌଣସି ଜରୁରୀ ପରିସ୍ଥିତିରେ ରାସ୍ତା ସଫା କରିବା ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । ଅନ୍ୟପକ୍ଷରେ, ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଇବା ପାଇଁ ‘ମା’ ଗୃହର ବ୍ୟବସ୍ଥା କରାଯାଇଛି । ଏଥିସହ ସମ୍ଭାବ୍ୟ ବାତ୍ୟା ସମୟରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟିରେ ନିୟୋଜିତ କରାଯାଇଛି । ଏନେଇ ବାଲିଗୁଡ଼ା ବିଡିଓ ଅକ୍ଷୟ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ସଜାଗ ରହିଛି ।

Leave A Reply

Your email address will not be published.