jayashree

ଝାଙ୍କରପାଲିରେ ୨୪ତମ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା ଆରମ୍ଭ : ଗାଁ ଉତ୍ସବମୁଖର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମରେ ଆରମ୍ଭ ହୋଇଛି ୨୪ତମ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା । ଗ୍ରାମବାସୀ ଓ ଗଜଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପୂଜାକୁ ନେଇ ଗାଁରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଧାର୍ମିକ ଉତ୍ସବ ଚାଲିବ । ପୂଜା ଅବସରରେ ପ୍ରତିଦିନ ଦିନବେଳା ପୁରାଣ ପାରାୟଣ ଓ ଅନ୍ନପ୍ରସାଦ ବ୍ୟବସ୍ଥା ରହିଥିବା ବେଳେ ରାତିରେ ବିଭିନ୍ନ ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୨୬ ତାରିଖରେ ଦାସକାଠିଆ ପାଲା, ୨୭ରେ ମହିଳା ରାମଲୀଳା ନାଟକ, ୨୮ରେ ମହିଳା ବାହାକ କୀର୍ତ୍ତନ ଏବଂ ୨୯ ତାରିଖରେ ଦଣ୍ଡନୃତ୍ୟ ପରିବେଷଣ ହେବ । ଆସନ୍ତା ୩୦ ତାରିଖରେ ହୋମଯଜ୍ଞ ସହ ମା’ଙ୍କ ବିସର୍ଜନ କରାଯିବ । ପୂଜାରେ ପଣ୍ଡିତ ପ୍ରମୋଦ ମିଶ୍ର ଓ ପଣ୍ଡିତ ସାନନ୍ଦ ହୋତା ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଥବିର ଭୋଇ (ସୂର୍ଯ୍ୟ) ଓ ରାମେଶ୍ୱରୀ ଭୋଇ କର୍ତ୍ତା ଦାୟିତ୍ୱ ତୁଳାଉଛନ୍ତି । ମା’ ଗଜଲକ୍ଷ୍ମୀଙ୍କ ଆରାଧନା ସହ ପାରମ୍ପରିକ କଳା ଓ ସଂସ୍କୃତିର ଏହି ମହୋତ୍ସବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।

Leave A Reply

Your email address will not be published.