jayashree

ପଦ୍ମପୁର ନରସିଂହପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ମୃତ

  • କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ନରସିଂହପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ରୋହିତ ରଣା ଓ କର୍ଣ୍ଣ ରଣା । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟେ ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ା ଥାନା ଅଞ୍ଚଳର ବାସିନ୍ଦା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.