
- ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା, ରାଉରକେଲା
ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ରାଉରକେଲା, ସେକ୍ଟର – ୨୧ ସ୍ଥିତ କଂଗ୍ରେସ ଭଵନ ସମ୍ମୁଖରେ ମଣିପୁରର କଂଗ୍ରେସ ସାଂସଦ ଡ. ଆଙ୍ଗୋମ୍ଚା ବିମୋଲ ଆକୋଇଜାମଙ୍କ କାରନାମା ଉପରେ କଂଗ୍ରେସ ଦଳ ଚୁପି ସାଧିବା ବିରୋଧରେ ମହିଳା ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହିଳା ମୋର୍ଚ୍ଚା ତରଫରୁ କଂଗ୍ରେସ ବିରୁଦ୍ଧରେ ସ୍ଲୋଗାନ ଦେବା ସହିତ କଂଗ୍ରେସ ଦଳ ମହିଳା ବିରୋଧୀ ବୋଲି ପ୍ରକାଶ କରିଥିଲେ ।
ସାମ୍ନାକୁ ଆସିଥିବା ଖବର ଅନୁଯାୟୀ, ଜେଏନ୍ୟୁରେ ଅଧ୍ୟାପନା କରୁଥିବା ତଥା ମଣିପୁରର କଂଗ୍ରେସ ସାଂସଦ ଡ. ବିମୋଲ ଆକୋଇଜାମଙ୍କ ବିରୋଧରେ ଏକାଧିକ ମହିଳା ଛାତ୍ରୀ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଅଭିଯୋଗକୁ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ତଦନ୍ତ କରି ୯ ଅକ୍ଟୋବର ୨୦୨୬ରେ ଜେଏନ୍ୟୁ ପ୍ରଶାସନ ତଦନ୍ତ କମିଟିର ରିପୋର୍ଟ ଓ ଉପଲବ୍ଧ ତଥ୍ୟକୁ ବିଚାର କରି ତାଙ୍କୁ ଅଧ୍ୟାପକ ପଦରୁ ବହିଷ୍କାର କରିଥିବା ଖବର ପ୍ରକାଶ ପାଇଛି । ଏହି ଘଟଣା ପରେ ଶ୍ରୀ ଆକୋଇଜାମ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିବା ସହ ନିଜ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇ ବା ଅତାନ୍ତ୍ୟ ଦୃଭାଗ୍ୟ ଜନକ ବୋଲି ମହିଳା ମୋର୍ଚ୍ଚା କହିଛି । ଏହା ସମଗ୍ର ସମାଜର ଦାୟିତ୍ୱ । ଯେଉଁ ଦଳ ହେଉନା କାହିଁକି, ନିଜ ଦଳର ନେତା କିମ୍ବା ଜନପ୍ରତିନିଧିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଲେ ତାହାକୁ ଗମ୍ଭୀରତାର ସହ ନେବା ଦରକାର । ଦଳୀୟ ସ୍ୱାର୍ଥଠାରୁ ମହିଳାଙ୍କ ସମ୍ମାନ, ନ୍ୟାୟ ଓ ଆଇନର ଶାସନ ବଡ଼ ହେବା ଉଚିତ । କଂଗ୍ରେସ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ ନକରି ଚୁପି ସାଧିବା ସେମାନଙ୍କର ମାନସିକତାର ପ୍ରତିଫଳନ ବୋଲି ନେତ୍ରୀମାନେ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ମହିଳା ନେତ୍ରୀ ଜ୍ୟୋତିର୍ମୟୀ ଷଡ଼ଙ୍ଗୀ, ନିରୁପମା ବଳିଆରସିଂ, ବନ୍ଦିତା ମହାନ୍ତ ଓ ମିନତୀ ଦେବତା ଆଦି ବକ୍ତବ୍ୟ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେବତୀ ନାୟକ, ନମ୍ରତା ବାଗ, ରଞ୍ଜିତା କିସପୋଟା, ମମତା ମହାନ୍ତି, ଲକ୍ଷ୍ମୀ ଭୂମିଜ ଆଦି ମହିଳା ନେତ୍ରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜିତ ନାୟକ, ଗଙ୍ଗାଧର ଦାଶ, ମନୋଜ ସେନାପତି, ସତ୍ୟପ୍ରିୟ ସାହୁ, ପ୍ରଫୁଲ୍ଲ ମିଶ୍ର, ପରଣତାପ ଦାସ, ତ୍ରୀବିକ୍ରମ ମାଝୀ, ଜଗବନ୍ଧୁ ସାହୁ, ବିଶ୍ଵନାଥ ମହାନ୍ତି, ସଂଗ୍ରାମ ମହାନ୍ତି, ନରନାଥ କନୱର ଏବଂ ବିକ୍ରମ ସିଂହ ସହଯୋଗ କରିଥିଲେ ।