
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୮ ନିକଟରେ ଥିବା ଡ଼ାହିପୋଷ ବସ୍ତିକୁ ଗସ୍ତରେ ଯାଇ ବସ୍ତି ବାସିନ୍ଦାଙ୍କ ସହିତ କଥାବାର୍ତ୍ତା ହୋଇ ବସ୍ତିର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ବିଧାୟକ ଦୁର୍ଗା ତନ୍ତୀ ପଚାରି ବୁଝିଥିଲେ । ଆଲୋଚନା ବେଳେ ବସ୍ତିରେ ପକ୍କା ସଡକ ନିର୍ମାଣ ସହିତ ବିଦ୍ୟୁତ ସମସ୍ୟା ସମ୍ବନ୍ଧରେ ଲୋକେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭାଗୀୟ ଅଧିକାରୀ ମାନଙ୍କ ସହିତ କଥାବାର୍ତ୍ତା ହୋଇ ଅତିଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଲୋଜଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପରେ ବିଧାୟକ ଦୁର୍ଗା ତନ୍ତୀ ସେକ୍ଟର-୧୮ ନିକଟରେ ଥିବା ଗୋଲ ଫିଲଡ଼ ଅଞ୍ଚଳକୁ ଯାଇ ସେଠାକାର ଲୋକଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ବର୍ତ୍ତମାନ ଉକ୍ତ ବସ୍ତିରେ ଚାଲୁଥିବା ଏକାଧିକ ଜନହିତକର ଯୋଜନାର ସମୀକ୍ଷା କରିବା ସହିତ ଉକ୍ତ ଅଞ୍ଚଳ ବୁଲି ଦେଖିଥିଲେ । ବସ୍ତିରେ ଏକ କମ୍ୟୁନିଟି ସେଣ୍ଟର ଏବଂ ଆଉକିଛି ଆବଶ୍ୟକତା ନେଇ ବସ୍ତି ବାସିନ୍ଦା ବିଧାୟକ ଶ୍ରୀ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।