jayashree

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବଡନାୟକଗୁଡା ଗ୍ରାମରେ ଘଟିଛି ଏକ ଅଘଟଣ । ପୋଖରୀରେ ବୁଡି ଦୁଇ ନାବାଳିକା ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇ ନାବାଳିକା ହେଲେ ନିଲୁ କାଡ୍ରାକା ଓ କାମି ତିଆକା । ଜଣେ ସପ୍ତମ ଶ୍ରେଣୀରେ ପଡୁଥିବା ବେଳେ ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ରୀ । ଆଜି ବଡନାୟକଗୁଡା ନିକଟସ୍ଥ ପୋଖରୀରେ ଗାଧୋଉଥିବା ବେଳେ ଗଭୀର ପାଣିରେ ଦୁଇ ଜଣ ବୁଡି ଯାଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସର ଉପସ୍ଥିତିରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଦୁଇ ଜଣ ପୋଖରୀରେ ବୁଡି ଯାଇଥିଲେ ସେନେଇ କୌଣସି ସୂଚନା ନଥିବା ବେଳେ କଲ୍ୟାଣସିଂହପୁର ଥାନାର ପୁଲିସ ଓ ରାଜସ୍ୱ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.