jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବର୍‌ ଦଖଲ୍‌ ଜମି ଚିହ୍ନଟ ପ୍ରକ୍ରିୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରମ୍ଭ ହେଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବର୍‌ ଦଖଲ୍‌ ଜମି ଚିହ୍ନଟ ପ୍ରକ୍ରିୟା । ଏହାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଗତ କିଛି ଦିନ ହେଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ଜବର୍‌ ଦଖଲ୍‌ ହୋଇଥିବା ବିଷୟକୁ ନେଇ ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଲାଗି ରହିଥିବା ବେଳେ ଅଳ୍ପ କିଛି ତଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବଲାଙ୍ଗିର ତହସିଲ୍‌ ଅଫିସରେ ଅଭିଯୋଗ କରାଯାଇଥିଲା । ଏପରିକି ସେହି ସମୟରେ ତହସିଲ୍‌ଦାର୍‌ଙ୍କ ସହ ଛାତ୍ରମାନେ ଜବର୍‌ଦସ୍ତ ଯୁକ୍ତିତର୍କ କରିଥିବା ତଥା ଛାତ୍ରମାନେ ନିଜ ଜିଦ୍‌ରେ ଦୀର୍ଘ ସମୟ ଧରି ଅଟଳ ରହି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ଜବର୍‌ ଦଖଲ୍‌ ହଟାଇବାକୁ ନାରାବାଜି କରିଥିଲେ । ଫଳ ସ୍ୱରୂପ ଆଜି ବଲାଙ୍ଗିର ପ୍ରଶାସନ ପକ୍ଷରୁ ୨ ଜଣ ଆର୍‌ଆଇଙ୍କ ଉପସ୍ଥିତିରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବର୍‌ ଦଖଲ୍‌ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.