jayashree

ଦୁଇଦିନିଆ ଖୋଖୋ ମ୍ୟାଚ୍ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀକଲୋନୀ ସ୍ଥିତ ଡକ୍ଟର. ଏ.ଏନ.କେ ଡିଏଭି.ପବ୍ଲିକ. ସ୍କୁଲ ପରିସରରେ ଦୁଇଦିନିଆ ଜୋନସ୍ତରୀୟ ଖୋଖୋ ମ୍ୟାଚ୍ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ଅଦ୍ଧକ୍ଷତାରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏଲ. ଏମ.ସି ସଦସ୍ୟ ଏସ୍.କେ ଯୋଶୀ ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ରାଜେଶ ମାଲହୋତ୍ରା ମହୋଦୟ ଉପସ୍ଥିତ ଥିଲେ । ଏହି ବର୍ଣ୍ଣାଢ଼୍ୟ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. କାନୁନଗୋଙ୍କ ସମେତ ରାଜେଶ ଦାଶ (ଅଧ୍ୟକ୍ଷ ଡିଏଭି ସେକ୍ଟର -୧୬), ଶ୍ରୀମତୀ ଯଶବିନ୍ଦର କୌର (ପ୍ରାକ୍ତନ ଅଧ୍ୟକ୍ଷ, ସେକ୍ଟର -୧୬) ଉପସ୍ଥିତ ଥିଲେ । ଓଡିଶାର ୧୨ଟି ଡିଏଭି ସ୍କୁଲରୁ ସମୁଦାୟ ୧୪୪ଟି ଛାତ୍ର ଏବଂ ୧୫ ଜଣ ଏସ୍କାର୍ଟ ଶିକ୍ଷକ/ଶିକ୍ଷୟିତ୍ରୀ ଏହି ଜୋନାଲ ମ୍ୟାଚ୍‌ରେ ଯୋଗ ଦେଇଥିଲେ । ଆସନ୍ତାକାଲି ୭-୧୦-୨୦୨୬ ତାରିଖ ପାଇଁ ଫାଇନାଲକୁ ଖେଳିବା ପାଇଁ ବାଜିମାତ୍ କରିଥିଲେ କ୍ଲଷ୍ଟର ୧-ଫାଇନାଲ ଡିଏଭି ଡବ୍ଲ୍ୟୁ.ଡବ୍ଲ୍ୟୁ.ଆର ପୁରୀ ସହିତ ଡିଏଭି ପି.ଏସ ବରହମ୍ପୁର, କ୍ଲଷ୍ଟର -୨ଫାଇନାଲ – ଡିଏଭି ଭି.ଏସ. ବିଦ୍ୟାଳୟ ସୁନାବେଡା ସହିତ ଡି.ଏ.ଭି ପି.ଏସ ଆଇ. ଟି.ପି.ଏସ ବନହରପାଲି, କ୍ଲଷ୍ଟର -୩-ଫାଇନାଲ -ଡିଏଭି ସାବିତ୍ରୀ ଜିନ୍ଦଲ, ଅନୁଗୁଳ ସହିତ ଡିଏଭି ପି.ଏସ. ଲିଙ୍ଗରାଜ ଏରିଆ, ତାଳଚେର । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ପରିଚାଳନା ତଥା ସହଯୋଗ କରିଥିଲେ ଶ୍ରୀ ଥାନାପତି ଏବଂ କ୍ରୀଡା ଶିକ୍ଷକ ଦୁଷ୍ମନ୍ତ ବେହେରା ତଥା ଶିକ୍ଷୟିତ୍ରୀ ମିନତୀ ପାତ୍ର ।

Leave A Reply

Your email address will not be published.