jayashree

ଜାତୀୟ ନାଟ୍ୟ ମହୋତ୍ସବରେ ଚମକିଲେ ୩ ପ୍ରତିଭା

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାର ଅଗ୍ରଣୀ ଅନୁଷ୍ଠାନ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାଥମିକ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଏକକ ଅଭିନୟ, ନୃତ୍ୟ, କୌତୁକ ପୋଷାକ, ଏଙ୍କୋରିଙ୍ଗ, ମୁକ ଅଭିନୟ ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦାର ସୁଦେଷ୍ନା ବିଶୋଇ ଚମ୍ପିୟାନ ଓ ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ସୁଲଗ୍ନା ରଣା ରନର୍ସ ଅପ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷିର ଶ୍ରେୟାଂଶୁ ବେହେରା ଚମ୍ପିୟାନ ଓ ସି ପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଡାଅସ୍ତିଆର ରାଜେଶ୍ରୀ ଜେନା ରନର୍ସ ଅପ ଏବଂ ପ୍ରାଥମିକ ସ୍ତରରେ ସତ୍ୟସାଇ ବିଦ୍ୟାବିହାରର ଜୟ କୁମାର ପୁହାଣ ଚମ୍ପିୟାନ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଉମାଶଙ୍କର ନାଏକ ରନର୍ସ ଅପ ହୋଇ ସମ୍ମାନିତ ହୋଇଥିଲେ । ତତ୍‌ସହିତ ନାଟକ ପାଣ୍ଡୁଲିପି ଲିଖନ ସିନିୟର ପ୍ରତିଯୋଗିତାରେ ବାରିପଦାର ଅନୁଷ୍କା ପ୍ରଧାନ ୧ମ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ବିଭାଗରେ ରଘୁନାଥ ପୁରର ଶ୍ରେୟାଂଶୁ ବେହେରା ୧ମ ସ୍ଥାନ ଅଧିକାର କରିଥିଲେ । ଆଗାମୀ ଦିନରେ ଏହି ପ୍ରତିଭା ମାନଙ୍କ ରଚିତ ନାଟକକୁ ପରବର୍ତ୍ତୀ ମହୋତ୍ସବରେ ସ୍ଥାନ ଦିଆଯିବ ଏବଂ ଏଙ୍କରିଂରେ ନୂତନ ପ୍ରତିଭା ମାନଙ୍କୁ ସୁଯୋଗ ଦିଆଯିବ ବୋଲି ମୁଖ୍ୟ ଆୟୋଜକ ଚିନ୍ମୟ ଦାସ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.