jayashree

ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ

  • ଶିକ୍ଷକ ଅରବିନ୍ଦ ରଣା ନାମରେ ସୋନପୁର ଥାନାରେ ଏତଲା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ସୋନପୁର ଥାନାରେ ଏତଲା । ଆଜି ବ୍ରାହ୍ମଣ ଏକତା ମଞ୍ଚର ଏକ ସାଧାରଣ ବୈଠକ ସ୍ଥାନୀୟ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାମାଜିକ ଗଣମାଧ୍ୟମରେ ବ୍ରାହ୍ମଣ ସମାଜ ବିରୋଧରେ ଅଶ୍ଲୀଳ ମନ୍ତବ୍ୟ ଓ ଭ୍ରମାତ୍ମକ ତଥ୍ୟ ପ୍ରଚାର କରି ତରଭା ଅଞ୍ଚଳର ଶିକ୍ଷକ ଅରବିନ୍ଦ ରଣା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅତ୍ୟନ୍ତ ଅଶ୍ଲୀଳ ଭାଷାରେ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ବୈଠକରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହେବା ସହ ଅରବିନ୍ଦଙ୍କ ବିରୋଧରେ ସୋନପୁର ସଦର ଥାନାରେ ଏତଲା ଦିଆଯାଇଥିଲା । ବ୍ରାହ୍ମଣ ଏକତା ମଞ୍ଚର କର୍ମକର୍ତ୍ତା ଥାନାରେ ପହଞ୍ଚି ଆଇଆଇସି ଯାଦବ ବାଗଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଥାନା ଅଧିକାରୀଙ୍କୁ ସୂଚାଇ ଦିଆଯାଇଥିଲା ଯେ, ଶୀଘ୍ର ଅରବିନ୍ଦ ରଣାକୁ ଗିରଫ କରା ନଗଲେ ଆଗକୁ କୌଣସି କିଛି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନପାରେ ଓ ଯଦି କିଛି ହୁଏ ତା ହେଲେ ପ୍ରଶାସନ ଦାୟୀ ରହିବ । ଅରବିନ୍ଦ ରଣାଙ୍କ ବିରୋଧରେ ଥାନାରେ ଏତଲା, କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବି କରି ମଞ୍ଚର କର୍ମକର୍ତ୍ତାମାନେ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକ୍ରମରେ ଡଃ ଆର୍ତ୍ତତ୍ରାଣ ବାବୁ, ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ, ଅଟଳ ମହାପାତ୍ର, ବିଧାନ ଚନ୍ଦ୍ର ପାଣିଗ୍ରାହୀ, ମାନ ଭଞ୍ଜନ ବେଦବାକ୍, ଗୋବିନ୍ଦ ମିଶ୍ର, ପଦ୍ମ ଲୋଚନ ମିଶ୍ର, ପଣ୍ଡିତ ମେଡେନ୍ ବିଶି, ଡଃ ପ୍ରଫୁଲ୍ଲ ରଥ, ଭାରତ ଭୂଷଣ ଦାଶ, ଜଗନ୍ନାଥ ଦାଶ, ପୀତାମ୍ବର ସାମନ୍ତରାୟ, ସୁରେଶ ମିଶ୍ର, ସୀତାଂଶୁ ମିଶ୍ର, ସଚିଦା ମିଶ୍ର, ନିରଞ୍ଜନ ତ୍ରିପାଠୀଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.