
ଅଗ୍ନିବୀର ଓ ୟୁନିଫର୍ମଡ୍ ସର୍ଭିସ୍ ନିଯୁକ୍ତି ପାଇଁ ପ୍ରି-ରିକ୍ରୁଟମେଣ୍ଟ ପ୍ରଶିକ୍ଷଣର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତଞ୍ଚ
ସୁନ୍ଦରଗଡ଼, (ସସ୍ମିତା ପଅଅ୍ରଧେ) : ସୁନ୍ଦରଗଡ଼ ଜିଲ୍ଲାର ଯୁବପିଢ଼ିଙ୍କୁ ଅଗ୍ନିବୀର, ରାଜ୍ୟ ୟୁନିଫର୍ମଡ୍ ସର୍ଭିସ୍ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ନିଯୁକ୍ତି ପାଇଁ ଆହୁରି ଦକ୍ଷ ଓ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ମାସିଆ ମାଗଣା ଆବାସିକ ଚକ୍ସର-ଜରମକ୍ସଙ୍କସଗ୍ଧଜ୍ଞରଦ୍ଭଗ୍ଧ ଞକ୍ସବସଦ୍ଭସଦ୍ଭଶ (ଚଜଞ) କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ଏହି ପ୍ରଶିକ୍ଷଣରେ ଯୋଗଦେବା ପାଇଁ ଆଜି ବଣେଇ, ପାନପୋଷ ଓ ସୁନ୍ଦରଗଡ଼ ଉପଖଣ୍ଡରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୦୦ରୁ ଅଧିକ ଯୁବକ-ଯୁବତୀ ଏହି ପ୍ରବେଶିକା ପରୀକ୍ଷାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଚୟନିତ ଯୁବକ-ଯୁବତୀମାନଙ୍କୁ ୬ ମାସ ଧରି ଆବାସିକ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ସମୟରେ ନିଯୁକ୍ତି ପରୀକ୍ଷା ପାଇଁ ଆବଶ୍ୟକ ଶିକ୍ଷାଗତ ପ୍ରସ୍ତୁତି ସହିତ ଶାରୀରିକ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ପ୍ରଶିକ୍ଷଣ କାଳରେ ପ୍ରଶିକ୍ଷାର୍ଥୀମାନଙ୍କ ରହିବା, ଖାଇବା, ପାଠ୍ୟ ଓ ପ୍ରଶିକ୍ଷଣ ସାମଗ୍ରୀ ସମେତ ସମସ୍ତ ଆବଶ୍ୟକ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ । ଏହି ପ୍ରଶିକ୍ଷଣ ସମ୍ପର୍କିତ ସମସ୍ତ ଖର୍ଚ୍ଚ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ଼ ପକ୍ଷରୁ ବହନ କରାଯିବ । ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ମାଧ୍ୟମରେ ଜିଲ୍ଲାର ଯୁବପିଢ଼ିଙ୍କୁ ପ୍ରତିରକ୍ଷା, ପୋଲିସ ଓ ଅନ୍ୟାନ୍ୟ ୟୁନିଫର୍ମଡ୍ ସର୍ଭିସ୍ରେ ନିଯୁକ୍ତି ପାଇଁ ସୁଯୋଗ ଓ ଉପଯୁକ୍ତ ପ୍ରସ୍ତୁତି ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭର ଓ ଦକ୍ଷ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ।