jayashree

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ଦ୍ୱାଦଶାହ କାର୍ଯ୍ୟ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ଅବସରପ୍ରାପ୍ତ ସହକାରୀ ଯୋଗାଣ ବିଭାଗ ଅଧିକାରୀ ସ୍ୱର୍ଗତ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାଦଶାହ କାର୍ଯ୍ୟ ସ୍ଥାନୀୟ ଶିବ କୁମାର୍ ପଟ୍ଟନାୟକ ରିଡିଙ୍ଗ ରୁମ୍‌ରେ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କରି ପ୍ରତିକୃତୀରେ ପୁଷ୍ପମାଲ୍ୟ ସହ ସମ୍ମାନ ଜଣାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଓକିଲସଂଘର ବହୁ ନେତ୍ତୃ ବର୍ଗ, ବହୁ ରାଜନୈତିକ ବ୍ୟକ୍ତି ବିଶେଷ୍ୟଙ୍କ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି, ପରିବାରବର୍ଗ ଓ ବନ୍ଧୁବାନ୍ଧବ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.