jayashree

ସୀତାନଗରରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସୀତାନଗରରୁ ଏକ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି । ଉକ୍ତ ଗ୍ରାମରେ ଏକ ଜାଲରେ ସାପଟି ଛନ୍ଦି ହୋଇଯାଇଥିବା ସ୍ଥାନୀୟ ଅଂଚଳବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ବନ୍ୟ ପ୍ରାଣୀ ସୁରକ୍ଷା ବାହିନୀକୁ ଖବର ଦେଇଥିଲେ । ଛତ୍ରପୁର ଫରେଷ୍ଟର ବାବୁ ସେଠିଙ୍କ ଉପସ୍ଥିତିରେ ବନ୍ୟ ପ୍ରାଣୀ ସୁରକ୍ଷା ସମ୍ପାଦକ ଗଣପତି ସାହୁ ପହ୍ଞ୍ଚି ଜାଲରୁ ସାପଟିକୁ ଉଦ୍ଧାର କରି ଟାମଣା ଘାଟି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦେଇଥିଲେ ।

Leave A Reply

Your email address will not be published.