
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଂଜପୁର ଛକରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ୩୯ତମ ସାର୍ବଜନୀନ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଶାନ୍ତିଶୃଙ୍ଖଳା ସହ ପୂଜାବିଧି ସମ୍ପନ୍ନ କରିବା ପାଇଁ ଏକ ପରିଚାଳନା କମିଟି ଗଠିତ ହୋଇଯାଇଛି । ପୂର୍ବତନ ବିଧାୟକ ରାଜକିଶୋର ଦାସ ସଭାପତି, ନିହାର ରଞ୍ଜନ ଦଣ୍ଡପାଟ ଓ ରବୀନ୍ଦ୍ର ପାଢ଼ୀ – ଉପସଭାପତି, ଦୀପକ ଦେ – ସାଧାରଣ ସମ୍ପାଦକ, ପ୍ରସନ୍ନଜିତ ମହାନ୍ତି – କୋଷାଧ୍ୟକ୍ଷ, ଅସିତ ପଟ୍ଟନାୟକ ଓ ମାନସ ଧଳ – ସମ୍ପାଦକ, ସଭ୍ୟଦେୟ ଆଦାୟ, ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ ହୋଇଛନ୍ତି । ୧୬ ତାରିଖ ଦିନ ମା’ଙ୍କ ୬ଷ୍ଠୀ ପୂଜା ଆରମ୍ଭ ହୋଇ ୨୦ ତାରିଖ ଦିନ ୧୦ମୀ ଅନୁଷ୍ଠିତ ହେବବୋଲି ସାଧାରଣ ସମ୍ପାଦକ ଦୀପକ ଦେ ଜଣାଇଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।