jayashree

ହମିରପୁରରେ ମହିଳାଙ୍କ ମଦମୁକ୍ତି ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ହମିରପୁର ମାସ୍ ଗୃପଙ୍କ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଅଞ୍ଚଳରେ ମହିଳା ମାନଙ୍କ ଦ୍ଵାରା ଏକ ମଦମୁକ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସମାଜସେବୀ ସ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜସେବୀ ସୁନନ୍ଦା ସାମଲ, ସ୍ୱାସ୍ଥ୍ୟକର୍ମୀ ଶାନ୍ତିଲତା ଜେନା, ଆଶା ନିଳିମା ଟପୋ, ଅନିମା ଲାକ୍ରା, ଶ୍ୟାମା ସେଠୀ, ଗୀତା ଦାସ,ବେଲା ଛତ୍ରିଆ, କୌଶଲ୍ୟା ରଜାକ, ବ୍ରିଜିନିଆ ଟେଟେ, ବିନିତା ବଡାଇକ ଓ ଗ୍ରାମର ଅନ୍ୟାନ୍ୟ ମହିଳାମାନେ ଯୋଗଦେଇ ଏହି ସଚେତନତା ଶୋଭାଯାତ୍ରାରେ ସାମିଲ ହେବା ସହ ଏକ ସଚେତନତା ସଭା କରାଯାଇ ମଦ ବିରୋଧରେ ବକ୍ତବ୍ୟ ରଖିଥିଲେ । ଏହି ସଚେତନତା ସୃଷ୍ଟି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ବହୁ ଜନସାଧାରଣ ଉତ୍ସୁକତାର ସହ ଯୋଗଦେଇ ମଦ ବ୍ୟବହାରର ଅପକାରିତା ସମ୍ପର୍କରେ ଅବଗତ ହୋଇ ମଦ୍ୟପାନରୁ ନିବୃତ ହେବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଏଥିପାଇଁ ଅନୁଷ୍ଠାନ ତରଫରୁ ଶ୍ରୀମତୀ ମହାପାତ୍ର ଅଞ୍ଚଳବାସୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.