
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦମୟନ୍ତି କଲେଜ ଶାନ୍ତିପଡା ଠାରେ ଭାଗବତ ତଥା ଗଙ୍ଗାଧରଙ୍କ ସୀତା ଶିର୍ଷକ ଆଲୋଚନା ଚକ୍ର ହୋଇଥିଲା । ଉଭୟ ଫଟୋଚିତ୍ରରେ ଦୀପ ପଜ୍ୱଳନ କରିଥିଲେ ବରିିଷ୍ଠ ଅଧ୍ୟାପିକା ଶୁଭସ୍ମିତା ଗଡତିଆ । ରଶ୍ମି ପାତ୍ର ମଂଚ ପରିଚାଳନା କରିଥିଲେ । ଡ. ଭବାନୀ ଶଙ୍କର ଶତପଥି ସଭାପତିତ୍ୱ କରିଥିଲେ, ସଂପାଦକ ରାମ ଚନ୍ଦ୍ର ପଟେଲ ସୀତାଙ୍କ ଚରିତ୍ରକୁ ଚିତ୍ରଣ କରିଥିଲେ । ଭାଗବତ ଆଲୋଚନା ଚକ୍ରରେ ଓଡିଆ ଅଧ୍ୟାପିକା ଜ୍ୟୋତିରାଣୀ ମହାକୁର, କଲ୍ୟାଣୀକଲତା, ବିଷ୍ଣୁ ପ୍ରିୟା ବେହେରା, ଜିଜ୍ଞାସା ମେହେର, ଶ୍ରବଣ ଖମାରୀ । ରିଜା ବିଶ୍ୱାଲ କବିତା ପଠନ କରିଥିଲେ । ରାମ ଶଙ୍କର ଶତପଥୀ ଏକ ଜଣାଣ ପରିବେଷଣ କରିଥିଲେ । ପରିଷଦ ତଫରୁ ମାନପତ୍ର ପ୍ରଦାନ କରାଯାଇଥିଲା । ସଭାପତିଙ୍କ ସମ୍ୟକ ଅଭିଭାଷଣ ପରେ ଅଧ୍ୟାପିକା ସୁଚିସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।