jayashree

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଠାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ହୋଇଯାଇଛି । ସୋନପୁର ମେଡିକାଲ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଅଞ୍ଜଳୀନା ପଧାନ, ମେଡିକାଲ୍ ଅଧୀକ୍ଷକ ଦୁର୍ଗାଦତ୍ତ ଦାଶ, ସିଡ଼ିଏମ୍‌ପିଏଚ୍‌ଓ ଉଷାରାଣୀ ଦାଶ, ଡେପୁଟି କଲେକ୍ଟର ରାଜେଶ କୁମାର ସାହୁ, ହସ୍ପିଟାଲ ମ୍ୟାନେଜର ସାଗରିକା ସ୍ୱାଇଁ ଯୋଗ ଦେଇ ରକ୍ତ ଦାନ ଶିବିରକୁ ଶୁଭ ଉଦ୍‌ଘାଟନ କରି ନିଜେ ଏଡିଏମ୍ ଶ୍ରୀମତୀ ପଧାନ ରକ୍ତଦାନ କରି ସଭାରେ ସମସ୍ତଙ୍କୁ ସଚେତନ କରିଥିଲେ । ନୂଆ ରକ୍ତଦାତାଙ୍କୁ ଅଧିକ ଯୋଡିବାକୁ ସଚେତନ କରିବା ସହ ରକ୍ତଦାନ ସହିତ ରକ୍ତ ସଂରକ୍ଷଣ ଦିଗରେ ପୂରା ପ୍ରୟାସ କରିବାକୂ ପ୍ରତିଶୃତି ଦେଇଥିଲେ । ଏହି ଶିବିରରେ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବ୍ଲଡ ବ୍ୟାଙ୍କର ଜଗତ ନାରାୟଣ ଦରୱାନ, ରେବତୀ ମାହାପାତ୍ର, ଶୁଶାନ୍ତ ନାଏକ, ଡାଫାଡ଼ିଲ ପ୍ରଧାନ ଓ ସୁରଭି ଲେଙ୍କା ରକ୍ତ ସଂଗ୍ରହ କରିଥିଲେ । ସରକାରୀ ମହିଳା ସ୍ୱାସ୍ଥ୍ୟ କାର୍ମୀ ତାଲିମ୍ କେନ୍ଦ୍ରର ଶତାଧିକ ଛାତ୍ରୀ, ବିଭିନ୍ନ ସ୍ୱେଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ । ସୋନପୁର କଲେଜ୍ ଅଧ୍ୟାପକ ଉମାକାନ୍ତ ନାଗ, ସ୍ୱଚ୍ଛ ଭାରତ ସଙ୍ଗଠନ କୋଡ଼ିନେଟର ମନୋରଞ୍ଜନ ତ୍ରିପାଠୀ, ରକ୍ତଦାତା ସଂଘର ଉଦ୍ୟୋକ୍ତା ମନୋଜ୍ ପଣ୍ତା, ବୁଢ଼ାରଜା ୟୁଥ୍ ଏସୋସିଏସନ୍‌ର ଶିବ ଶଙ୍କର ନାଏକ୍, ମାହେଶ୍ୱରୀ ସେନାର ଉଦ୍ୟୋକ୍ଟା ନୂଆ ରକ୍ତଦାତାଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଅଧ୍ୟକ୍ଷା ଡା ଦାଶ ସଭା ପରିଚାଳନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.