
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପାରମ୍ପରିକ ଗଣପର୍ବ ହେଉଛି ପୁଅ ଜିଉନ୍ତିଆ ବା ଦ୍ୱିତିବାହନ ଓଷା । ପୁଅର ଦୀର୍ଘାୟୁ, ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ମାଆମାନେ ଏହି ଓଷା ପାଳନ କରିଥାଆନ୍ତି । ପୂଜା ପରେ ପୁଅକୁ ଦୁବ ଓ ଜିଉନ୍ତିଆ ପିନ୍ଧାଇ ମାଆ ତା’ର ଦୀର୍ଘ ଜୀବନ ପାଇଁ ଆଶୀର୍ବାଦ କରନ୍ତି । ଏହି ପରମ୍ପରାର ଏକ ଭାବପ୍ରବଣ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ । ପୁଅ ଜିଉନ୍ତିଆ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ମାଆ ଜିଉନ୍ତିଆ ପିନ୍ଧାଇଛନ୍ତି । ପୁଅର ଦୀର୍ଘାୟୁ ଓ ମଙ୍ଗଳମୟ ଜୀବନ ପାଇଁ ମାଆ କରିଛନ୍ତି ପ୍ରାର୍ଥନା । ପଦପଦବୀ ଯେତେ ବଡ଼ ହେଉନା କାହିଁକି, ମାଆ ପାଇଁ ପୁଅ ସବୁବେଳେ ଛୋଟ । ପୁଅ ଜିଉନ୍ତିଆର ଏହି ପରମ୍ପରାରେ ସେହି ମାଆ-ପୁଅର ସ୍ନେହ ଓ ଆଶୀର୍ବାଦର ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।