
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍ର ଅନ୍ତିମ ଦିବସ ତଥା ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନ୍ତିମ ଦିବସରେ ଦୁଇଟି ବର୍ଗର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ଫାଇନାଲ ମ୍ୟାଚ୍ରେ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଲୋଇସିଂହା ବ୍ଲକ ବଙ୍ଗୋମୁଣ୍ଡା ବ୍ଲକକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ସେହିପରି ଦ୍ୱିତୀୟ ଫାଇନାଲ ମ୍ୟାଚ୍ରେ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଲୋଇସିଂହା ବ୍ଲକ ଦେଓଗାଁ ବ୍ଲକକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଏଥି ପୂର୍ବରୁ ଅନୁଷ୍ଠିତ ୧୭ ବର୍ଷରୁ କମ୍ ବାଳିକା ବିଭାଗର ଫାଇନାଲ ମ୍ୟାଚ୍ରେ ଟିଟିଲାଗଡ଼ ବ୍ଲକ ବଙ୍ଗୋମୁଣ୍ଡା ବ୍ଲକକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଉଦ୍ଯାପନୀ ସମାରୋହରେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଶିକ୍ଷା କ୍ରୀଡ଼ା ସମ୍ପାଦିକା ରଞ୍ଜିତା ମିଶ୍ର, ବ୍ଲକ କ୍ରୀଡ଼ା ସମ୍ପାଦିକା ବିଦ୍ୟୁତ ପ୍ରଭା ମିଶ୍ର, ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷକ ଶିବପ୍ରସାଦ ବାରିକ, ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ଜନ ନେଗୀ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇ, ଜିଲ୍ଲା ଫୁଟବଲ କୋଚ୍ ପରାଶର ବାଗ, ଲୋଇସିଂହା ଷ୍ଟାଡିୟମ ଟ୍ରଷ୍ଟବୋର୍ଡ ସଦସ୍ୟ ଦିଲୀପ କୁମାର ବେହେରା, ଥାନାଧିକାରୀ ସିପୋରା ସାରାୟା ଲୁଗୁନ, ଯୋଗୀସର୍ଡା ହରିହର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡୋଳାମଣି ସାହୁ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚମ୍ପିୟାନ ଦଳ ଓ ରନର୍ସ ଅପ୍ ଦଳ ଗୁଡ଼ିକୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୋଟ ୪୫୦ ଜଣ ଖେଳାଳି, ୫୦ ଜଣ ଟିମ୍ ମ୍ୟାନେଜର ଓ ୩୪ ଜଣ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ପର୍ଶୁରାମ ସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଷ୍ଣୁପ୍ରସାଦ ମିଶ୍ର, ଶାନ୍ତିଲାଲ ନନ୍ଦ ଜନତା ନାଗ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ବ୍ଲକର ସମସ୍ତ ସିଆର୍ସିସି, ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଖେଳ ଶିକ୍ଷକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ପରିଶେଷରେ ଡୋଳାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।