jayashree

ବଲାଙ୍ଗିରରେ ଗର୍ଜିଲା କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗର୍ଜିଲା କଂଗ୍ରେସ । ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରାକୁ ନେଇ ବଲାଙ୍ଗିରରେ ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ । ଏଆଇସିସି ନିର୍ଦ୍ଦେଶକ ଏବଂ ପିସିସ ସଭାପତିଙ୍କ ଅନୁମୋଦନକ୍ରମେ ଆୟୋଜିତ ଏହି ସମ୍ମିଳନୀରେ କଂଗ୍ରେସ ନେତାମାନେ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଅଧୀନରେ ହୋଇଥିବା ସମ୍ମିଳନୀରେ ପିସି ସାଙ୍ଗଠନିକ ଉପସଭାପତି ସନ୍ତୋଷ ସିଂ ସାଲୁଜା, ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ସଭାପତି ଅନିଲ ମେହେର ଓ ମାଣିକ୍ୟ ସୁନା ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସର ୪ ଦଫା ଦାବି ମଧ୍ୟରେ ଏମଏମ୍‌ଡ଼ିଆର୍‌ ଆକ୍ଟ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଆଇନ ଅନୁଯାୟୀ ଦଣ୍ଡ, ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ ରହିଛି । ଏହି ଦାବି ନେଇ ୮ ତାରିଖରେ ଓଡ଼ିଶା ବନ୍ଦ କରିବାକୁ କଂଗ୍ରେସ ଆହ୍ୱାନ ଦେଇଛି ।

Leave A Reply

Your email address will not be published.