‘ମୋ ଚାଟଶାଳୀ’ ଶିକ୍ଷା କାର୍ୟ୍ୟକ୍ରମର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ଲୋକ ଉନ୍ନତି ସଂଗଠନ, ରାଜ୍ୟ ସ୍ତରୀୟ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା , ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ରାଜ୍ୟର ୧୭ ଟି ଜିଲ୍ଲାରେ ଏକ ଲକ୍ଷ ପିଲାଙ୍କୁ ପ୍ରତୀକାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ନିକଟରେ ‘ମୋ ଚାଟଶାଳୀ’ କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଶେଷ କରି ତାଲା ବନ୍ଦ ସମୟରେ ବିଦ୍ୟାଳୟ ବନ୍ଦ ହେତୁ ଶିକ୍ଷାରୁ ବଞ୍ଚିତ ହେଉଥିବା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ଦୂର କରିବାକୁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପାଖାପାଖି ୧୦ରୁ ୧୫ଜଣ ପିଲାମାନଙ୍କୁ ନେଇ ଗୋଟିଏ ଶିକ୍ଷା କେନ୍ଦ୍ର ଖୋଲାଯିବ ଏବଂ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ଏ ଅଞ୍ଚଳର ପ୍ରାଥମିକ ଶ୍ରେଣୀର ପିଲାମାନଙ୍କୁ ୧୦୦ ଦିନର ଉଜ୍ୱଳ ପାଠ୍ୟକ୍ରମ ଅନୁସାରେ ଓଡିଆ ଏବଂ ଗଣିତ ଉପରେ ପ୍ରତିକାରମୂଳକ ଶିକ୍ଷା ଦାନ କରିବେ ।
ଏହି କାର୍ୟ୍ୟକ୍ରମ ଅନ୍ତର୍ଗତ ବଲାଙ୍ଗିର ଜିଲ୍ଲାର‌ ବଲାଙ୍ଗିର ବ୍ଲକ ଵଇଦିପାଲି ପଞ୍ଚାୟତ ଫୁଲଝରଣ ଗ୍ରାମରେ ଲୋକ ଉନ୍ନତି ସଙ୍ଗଠନ ପକ୍ଷରୁ ମୋ ଚାଟଶାଳୀ କାର୍ୟ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
ମୁଖ୍ୟଅତିଥି ଶ୍ରୀଗୈାର ଚନ୍ଦ୍ର ରାଜପଲିଆ ଓ ସମ୍ମାନିତ ଅତିଥି ବ୍ଲକ ଚେୟାରମେନ ଗୋଲାପ ବାଗ ଓ ସତ୍ୟ ଵନଛୋର, ଲୋକ ଉନ୍ନତି ସଙ୍ଗଠନର ଜିଲ୍ଲା ସ୍ତରୀୟ ସଭାପତି ଶାନ୍ତି ଭୋଇ, ସଇଁନ୍ତଲା ବ୍ଲକ ସଭାପତି ଶାନ୍ତରା ଭୋଇ, ଫୁଲଝରନ ଗ୍ରାମର ସମ୍ପାଦିକା ଲକ୍ଷ୍ମୀ ଧାରୁଆ, ଗ୍ରାମର ମହିଳା ଓ ଛୋଟ ପିଲାମାନେ, ଲୋକ ଉନ୍ନତି ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇ ‘ମୋ ଚାଟଶାଳୀ’ କାର୍ୟ୍ୟକ୍ରମକୁ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.