jayashree

କଣ୍ଟାବାଞ୍ଜିରେ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ

  • ହସ୍ପିଟାଲରେ ସଫାଇ ସହ ରୋଗୀଙ୍କୁ ଫଳ ବଣ୍ଟନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ କଣ୍ଟାବାଞ୍ଜିରେ ପାଳିତ ହୋଇଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ । କଣ୍ଟାବାଞ୍ଜି ଏନ୍‌ଏସି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମ ଏନ୍‌ଏସି ଅଧ୍ୟକ୍ଷ ବରିଆମ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଉପାଧ୍ୟକ୍ଷା ମନୋରମା ରାଉତ, ନିର୍ବାହୀ ଅଧିକାରୀ ଛବି ପୋଡ଼ଙ୍କ ସମେତ ୱାର୍ଡ ମେମ୍ବର ପ୍ରମୁଖ ମଞ୍ଚାସୀନ ଥିଲେ । କର୍ମଚାରୀ ଓ ଶତାଧିକ ବୁଦ୍ଧିଜୀବୀ ଲୋକ ଉପସ୍ଥିତ ଥିଲେ । ପ୍ରଥମେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ସହ ଶାସ୍ତ୍ରୀଜୀଙ୍କ ‘ଜୟ ଜୱାନ, ଜୟ କିଷାନ’ର ବାର୍ତ୍ତାକୁ ସ୍ମରଣ କରାଯାଇଥିଲା । ପରେ ଗାନ୍ଧୀଜୀଙ୍କ ସେବା ଓ ମାନବତାର ଆଦର୍ଶକୁ ମନେ ପକାଇ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ସମସ୍ତେ ସଫାଇ କରିବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ରୋଗୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

Leave A Reply

Your email address will not be published.