jayashree

ନିଶା ମୁକ୍ତ ଓଡିଶା ଗଠନ୍ ପାଇଁ ଗାନ୍ଧୀ ଜୟନ୍ତୀରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀଭବନର ଗାନ୍ଧି ମୂର୍ତ୍ତୀ ସମ୍ମୁଖରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ବଲାଙ୍ଗିର ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଲଙ୍କ ନେତୃତ୍ୱରେ ନ୍ୟାୟ ବନ୍ଧୁ ଟ୍ରଷ୍ଟର ସଭାପତି ଡ. ଆଡ୍‌ଭୋକେଟ୍ ଅର୍ଜୁନ୍ ମୁଗ୍ରୀ ଓ ସରୋଜ କୁମାର ମେଶ୍ୱାଙ୍କ ସଂଯୋଜନାରେ ଧାରଣା ଅନୁଷ୍‌ଷ୍ଠିତ ହୋଇ ମନୋରଞ୍ଜନ୍ ସାହୁ, ସିଦ୍ଧେଶ୍ୱର ପାଣିଗ୍ରାହୀ ସତ୍ୟ ବନଛୋର ବକ୍ତବ୍ୟ ରଖିଥିଲେ । ନିଶାମୁକ୍ତ ଓଡିଶା ଗଠନ ପାଇଁ ସରକାର ପ୍ରତିଶୃତି ଦେଇଥିବା ବଚନ ରଖନ୍ତୁ ବୋଲି ବକ୍ତାମାନେ କହିଥିଲେ । ଆଗାମି ୨୩ ନଭେମ୍ବର ନବକୃଷ୍ଣ ଚୌଧୁରୀ ଜନ୍ମ ଦିନରେ ମାଷ୍ଟର କେଣ୍ଟିନ୍‌ ଭୁବନେଶ୍ୱର ଠାରେ ଧାରଣା ଗଣ ବିକ୍ଷୋଭ କରାଯିବାକୁ ସ୍ଥିର ହୋଇଛି । ଧାରଣାରେ ସସ୍ମିତା ମେହେର, ଶୁବାସିନୀ ସାହୁ, ମଞ୍ଜରୀ ପଟେଲ, କଦମ୍ବିନୀ ପୋଢ, ଭୁଲେ ବାଗ, ଗୁରୁ ମଝି କାଲିନ୍ଦ୍ରି ମାଝି, ଦଣ୍ଡୁଆ କୁମ୍ଭାର, ଲୋକନାଥ ସୁନା, ଜୟ କୁମାରୀ ବାଗ, ଗରିବ ସାହୁ ଶତାଧିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.