jayashree

ବଙ୍ଗୋମୁଣ୍ଡାରେ ନୂତନ ବିଇଓଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାହ୍ନୁଚରଣ ନାୟକ ଯୋଗଦାନ କରିଛନ୍ତି । ପୂର୍ବରୁ ଶାନ୍ତନୁ ପଢ଼ିହାରୀ ଅତିରିକ୍ତ ଦାୟିତ୍ୱରେ ବିଇଓ ଭାବେ କାର୍ଯ୍ୟ ତୁଳାଉଥିଲେ । ନୂତନ ବିଇଓଙ୍କ ଯୋଗଦାନ ଅବସରରେ ବିଇଓ କାର୍ଯ୍ୟାଳୟର କର୍ମଚାରୀ ଓ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଏବଂ ବରିଷ୍ଠ ଶିକ୍ଷକମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା, ସମ୍ପାଦକ ଜୟନ୍ତିଲାଲ ସାହୁଙ୍କ ସମେତ ଅକ୍ଷୟ କୁମାର ସାହୁ, ଦେବରାଜ ମେହେର, ସୁରେଶ ବେହେରା, ଭାସ୍କର ଜାଲ, ତିବ୍ରରାଜ ମେହେର, ଭଜମନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଜେନା ଓ ବିଭିନ୍ନ ସିଆରସିସି ଉପସ୍ଥିତ ରହି ନୂତନ ବିଇଓଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.