jayashree

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ସସ୍ମିତା ଶତପଥି ଓ ଦୁର୍ବାଦଳ ସାହୁ ଗାନ୍ଧିଜୀଙ୍କ ବିଷୟରେ ମାର୍ଗ ଦର୍ଶନ କରିଥିବା ବେଳେ ଶରତ ମେହେର ଓ ଥବିର ଦଣ୍ଡସେନା ଲାଲବାହାଦୂରଙ୍କ ଜୀବନୀ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ଶ୍ରୀମତୀ ସୁଜାତା ତ୍ରିପାଠୀ ଆଜିର ଉଦ୍ଦେଶ୍ୟ କଥନ କରିଥିଲେ । ସେହିପରି ଦିବା ପର୍ଯ୍ୟାୟରେ ନରେନ୍ଦ୍ର ଗୁରୁଜୀ ସଂଯୋଜନା କରିଥିବା ବେଳେ ଅମିର ଗୁରୁଜୀ ଗାନ୍ଧିଜୀଙ୍କ ବିଷୟରେ ଓ ସୁରେନ୍ଦ୍ର ଗୁରୁଜୀ ଶାସ୍ତ୍ରୀଜୀଙ୍କ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ଲୋପାମୁଦ୍ରା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାମନ୍ଦିର ବିଭାଗରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଉଦ୍ଦେଶ୍ୟ କଥନ କହିଥିବା ବେଳେ ତରଣୀସେନ ଗୁରୁଜୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଧନଞ୍ଜୟ ଗୁରୁଜୀ ଗାନ୍ଧୀଜୀଙ୍କ ବିଷୟରେ ମାର୍ଗଦର୍ଶନ କରିଥିଲେ । ସୋନାଲି ସାହୁ ଗାନ୍ଧିଜୀଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଜ୍ଞାଶ୍ରୀ ପ୍ରଧାନ ଓ ଅନ୍ୱେଷା ରାଣୀ ସାହୁ ସଂଯୋଜନା କରିଥିଲେ । ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଦଣ୍ଡସେନା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.