jayashree

ଓଡ଼ିଆ ଭାଷା ବିକାଶ ମଞ୍ଚର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭକ୍ତିପୂତ ପୁଷ୍ପାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତିର ଜନକ ମହାତ୍ମା ଗାନ୍ଧୀ, ସାବରମତୀର ସନ୍ଥ ଓ ଅହିଂସାର ଉପାସକ । ମାନବ ଚେତନାର ବିକାଶରେ ତାଙ୍କ ଅବଦାନ ଅତୁଳନୀୟ । ଗାନ୍ଧିଜୀଙ୍କ ନେତୃତ୍ୱ କେବଳ ଭାରତବର୍ଷକୁ ସ୍ଵାଧୀନତା ପ୍ରଦାନ କରିଥିଲା ତାହା ନୁହେଁ, ଅନେକ ପରାଧୀନ ଏସୀୟ ଓ ଆଫ୍ରିକୀୟ ଦେଶକୁ ମଧ୍ୟ ମୁକ୍ତିର ସ୍ୱପ୍ନ ଦେଖାଇଥିଲା । ଇଂରେଜ ସରକାରଙ୍କ ବିରୋଧରେ ସାଲିସିବିହୀନ ସଂଗ୍ରାମ ତାଙ୍କୁ ମୋହନରୁ ମହାତ୍ମା କରିଥିଲା । ସେ ଥିଲେ ବିଶାଳ ହୃଦୟର ମଣିଷ । ଜାତି, ଧର୍ମ, ବର୍ଣ୍ଣ, ଉଚ୍ଚ-ନୀଚ ଭେଦରେ ସମସ୍ତେ ତାଙ୍କ ପାଇଁ ସମାନ ଥିଲେ । ସାଗର ପରି ଅଗଭୀର ସୁବିସ୍ତୃତ ହୃଦୟର ସେ ଥିଲେ ଜନକ । ସମୁଦ୍ର ପରି ବିଶାଳ ଥିଲା ତାଙ୍କ ଚିନ୍ତାଧାରା । ଗାନ୍ଧିଜୀଙ୍କ ଅହିଂସା ଆଜି ସାରା ବିଶ୍ୱକୁ ଅଭିମନ୍ତ୍ରିତ କରିବା ସହ ଭାରତର ମହାନତାକୁ ଅଧିକ ଉଜ୍ଜୀବିତ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପୁଷ୍ପାଞ୍ଜଳି ସଭାରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର, କବି ସୁଶାନ୍ତ କୁମାର ନାୟକ, ସମାଜସେବୀ ସୁମନ ଦତ୍ତ, ଅଶୋକ ଧଳ, ନିରଞ୍ଜନ ପଟେଲ, ଖଗେନ୍ଦ୍ର ବେହେରା, କବି ଗୌତମ ଦାସ, ସସ୍ମିତା ପ୍ରଧାନ ଓ ଅନେକ ଗାନ୍ଧି ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.