jayashree

ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସରେ ଗାନ୍ଧୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପୂଜନ ଓ ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ଆବାହକତ୍ୱ ଓ ବରିଷ୍ଠ ଶିକ୍ଷିକା ସୁଜାତା ତ୍ରିପାଠୀଙ୍କ ସଭାପତିତ୍ୱ, ମିନତୀ ଖମାରୀଙ୍କ ସଂଯୋଜନା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବରିଷ୍ଠ ଶିକ୍ଷିକା ନିରୁପମା ପତିଙ୍କର ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ଅଜୟ କୁମାର ରାଉତ ପ୍ରାକ କଥନ ରଖିଥିଲେ । ଛାତ୍ରଛାତ୍ରୀଗଣ ଓ ଅନ୍ୟ ଶିକ୍ଷକମାନେ ଏହି ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଥମରେ ଛାତ୍ରଛାତ୍ରୀଗଣଙ୍କ ଦ୍ୱାରା ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ଗାନ କରାଯାଇଥିଲା । ଛାତ୍ରଛାତ୍ରୀଗଣ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରକାରର ପରିବେଶ ଉପରେ ଓ ଦେଶପ୍ରେମ ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀଗଣ ଓ ଶିକ୍ଷକମାନେ ବୃକ୍ଷ ହିଁ ଜୀବନ ଉପରେ ମତାମତ ପ୍ରଦାନ କରିଥିଲେ ।ବ ରିଷ୍ଠ ଶିକ୍ଷୟିତ୍ରୀ ସସ୍ମିତା ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ଅଜୟ କୁମାର ରାଉତ, ମମତା ସେନାପତି, ରୀତା ମହାପାତ୍ର, ସୁଜାତା ମିଶ୍ର, ଛବି ପ୍ରଧାନ, ନିବେଦିତା ସାହୁ, ସୁରେଖା ନାୟକ, ସସ୍ମିତା ଦଳବେହେରା, ସ୍ୱାଗତିକା ସିଂ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଦେଶପ୍ରେମ ଉଦ୍ଦେଶ୍ୟରେ ଭବିଷ୍ୟତ ଜୀବନରେ ଉତ୍ତମ ନାଗରିକ ଭାବରେ ଦେଶର ସେବା କରି ନିଜକୁ ଉତ୍ତମ ପ୍ରତିଭା ସମ୍ପନ୍ନ ଦେଶାନୁଗାମୀ କରାଇ ଦେଶପ୍ରତି ତଥା ସମାଜ ପ୍ରତି ତ୍ୟାଗପୂତ ଜୀବନ ଅତିବାହିତ କରାଇ ଆଗକୁ ଯିବାକୁ ବିଭିନ୍ନ ପ୍ରକାରର ଉପଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକଙ୍କ ସହିତ ପ୍ରେସ ମିଡିଆର ବନ୍ଧୁଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.