
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସଦାଇପାଲି ସାଇଟ୍ କଲେଜରେ ଗାନ୍ଧୀଜୟନ୍ତୀ ଏବଂ ଲାଲବାହାଦୁର ଶାସ୍ତ୍ରୀଜୟନ୍ତୀ ପାଳିତ ହୋଇଯାଇଛି । ସାଇଟ୍ ନର୍ସିଂ ଅଧ୍ୟକ୍ଷା ସ୍ନିଗଧାମିନତୀ ଦାନୀ ଅଧ୍ୟକ୍ଷତା କରିଥିବା ବେଳେ ରାମଜୀ ଯୁବକ ସଂଘର ସଭାପତି ଡ. ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଡ. ମିଶ୍ର ଦୀପ ପ୍ରଜ୍ୱଳନ କରି ମହାତ୍ମାଗାନ୍ଧୀଙ୍କ ବିଚାର ଓ ଚିନ୍ତାଧାରା ଉପରେ ଆଲୋକପାତ କରି ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ସମସ୍ତଙ୍କୁ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଲୋପାମୁଦ୍ରା ମିଶ୍ର, କମରୁନ ନିଶା, ଅମିୟ ଯୋଷୀ, ରତିଲାଲ ମହାକୁର, ମହମ୍ମଦ କାଜିମ, ଅର୍ଚ୍ଚନା ମିଶ୍ର, କଲ୍ୟାଣୀ ସା, ସଂଜନା ମିଶ୍ର, ରିତା ସାହୁ, ମନିଷା ଖାଡିଆ, ଅଙ୍କିତା ମେହେର, ଭଗବତୀ ବାରିକ ଯୋଗ ଦେଇଥିଲେ । ବିଶେଷ କରି ଗରୁଡଧ୍ୱଜ ସାଏ, ଭୀମଶଙ୍କର ମିଶ୍ର, ଜୟନ୍ତ ପଟେଲ, ମୁକେଶ ନାଏକ, ଭଗବତୀ ମେହେର, ସୁବାଷ ଦାଶ, ଭାଗବତିଆ ଅଦାବରିଆ ତଥା ଅଖିଳନାଥ ଗୁରୁ ଆଦି ସହଯୋଗ କରିଥିଲେ । ଶେଷରେ ଲୋକନାଥ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।