
ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଏସ୍ପି ଅବସରପ୍ରାପ୍ତ କର୍ମଚାରୀ ସଂଘ, ଅବସର ଭବନ, କୋଏଲନଗର ପକ୍ଷରୁ ବିଶ୍ୱ ବରିଷ୍ଠ ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ, ସମ୍ମାନିତ ଅତିଥି ଭାବେ ଆପୋଲୋ ହସ୍ପିଟାଲର ମୁଖ୍ୟ ପରିଚାଳକ ଡା. ଅଖିଲ ଜୈନ ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବରିଷ୍ଠ ମାନଙ୍କୁ ସୁରକ୍ଷା, ଆଇନ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଶ୍ଳୋକ ଆବୃତ୍ତି କରିଥିଲେ । ମିନି ରୟ, ବିବେକାନନ୍ଦ ସାହୁ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରେ ପ୍ରତିମା ନାୟକ ଓ ସାଥୀ କଳାକାରଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲା । ସଂଘର ସଭାପତି ଇଂ ଅଭୟ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ସାଧାରଣ ସମ୍ପାଦକ ଧନଞ୍ଜୟ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ସଂଘର ୩୭ ଜଣ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ସଭାପତି ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉପସଭାପତି ଅରବିନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଧାମୋହନ ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ବରିଷ୍ଠ ସଦସ୍ୟ ରାଧେଶ୍ୟାମ ରାଉତ, ଏଚ୍.ଏନ୍. ପୁରୋହିତ, ବ୍ରଜ ସୁନ୍ଦର ରାଉତ, ପୂର୍ଣ୍ଣ ଚନ୍ଦ୍ର ଶତପଥୀ, କୃପାସିନ୍ଧୁ ମହାନ୍ତି, ରାଖୋହରି ପରାମାଣିକ, ଅଭିରାମ ରାଉତରାୟ, ଏ.ଏଲ୍. ସୁବୁଦ୍ଧି, ବିଷ୍ଣୁ ଚରଣ ନାୟକ, ଆର୍.ବି. ମିଶ୍ର, ରଘୁ ନନ୍ଦନ ଦାସ, ରାଜନ କୁମାର ବଲଚନ୍ଦାନି, ଗୁରୁ ଚରଣ ସାହୁ, ଯଦୁମଣି ବେହେରା, ସୁରେନ୍ଦ୍ର ପ୍ରସାଦ ପାଢୀ, ଗୌରୀ ଶଙ୍କର ମିଶ୍ର, ପି.କେ. ସୋମ, ଡା. କିରଣବାଳା ମହାପାତ୍ର, ରଘୁବର ଧଳ, ଖିରୋଦ ଚନ୍ଦ୍ର ସାମଲ, ଭଗୀରଥି ନାୟକ, ଧନୁର୍ଜୟ ପଣ୍ଡା, ଶ୍ରୀମତୀ କନକଲତା ପଣ୍ଡା, ଶରତ ଚନ୍ଦ୍ର ସାମଲ, ହାରୁଣ ବାର୍ଲା, ଉମାକାନ୍ତ ନାୟକ, ଅଲେଖ ଚନ୍ଦ୍ର ସାହୁ, ବଦ୍ରି ପ୍ରସାଦ, ଦୁର୍ଗା ପ୍ରସାଦ ରଥ, ପ୍ରସନ୍ନ କୁମାର ପାଢୀ, ଧ୍ରୁବ ଚରଣ ଲେଙ୍କା, ଲଳିତ ମୋହନ ଦାସ, ବିପ୍ର ଚରଣ ଡାକୁଆ, ଏ.ବି. ମହାନ୍ତି, ରାମଚନ୍ଦ୍ର ବିଶ୍ୱାଳ, ବିବେକାନନ୍ଦ ପରିଡା ଏବଂ ପାଣ୍ଡବ ବେହେରା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିଲୋଚନ ମଥାନ, ସୁରେନ୍ଦ୍ର ରାଉତ, ନାରାୟଣ ସାମଲ, ରଥିନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସହଯୋଗ କରିଥିଲା ବେଳେ ଶେଷରେ ଉପ ସଭାପତି ଅରବିନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।